ରାଜ୍ୟରେ ୪ଟି ଗ୍ରୁପର ଭାଇରସ

ଭୁବନେଶ୍ୱର() ଭାରତରେ ୪ଟି ଗ୍ରୁପର ଭାଇରସ ଟ୍ରେଣ୍ଡ ଥିବାବେଳେ ଓଡ଼ିଶାରେ ମଧ୍ୟ ୪ ପ୍ରକାର । ରାଜ୍ୟରେ କରୋନା ଭାଇରସ ଜେନେଟିକ ଷ୍ଟଡି ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା । ତାଙ୍କ ସୂଚନା ଅନୁଯାୟୀ ନିର୍ଦ୍ଧିଷ୍ଟ ଜିନକୁ ନେଇ ବିଶେଷଜ୍ଞ ଗବେଷଣା କରୁଛନ୍ତି । ୨/୩ ଭିତରେ ରାଜ୍ୟର ସ୍ଥିତି ଜଣାପଡ଼ିଯିବ । ମହାରାଷ୍ଟ୍ର ଓ ତାମିଲନାଡ଼ୁରୁ ଆସି ଆକ୍ରାନ୍ତଙ୍କ ଭାଇରସ ଷ୍ଟ୍ରେନ ଭିନ୍ନ । ରାଜ୍ୟରେ ୩ ପ୍ରକାର ଟେଷ୍ଟ ହେବ । ଆଣ୍ଟିଜେନ, ସେରୋଲୋଜିକାଲ ଓ ଆରଟି- ପିସିଆର । ଏଥିସହ ଓଡ଼ିଶାରେ କରୋନା ମୃତୁ୍ୟ ହାର ଅନ୍ୟ ରାଜ୍ୟ ତୁଳନାରେ କମ ବୋଲି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା କହିଛନ୍ତି ।

ଅନ୍ୟପକ୍ଷରେ ଆଜି ଠାରୁ କଟକରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଛି । ଆଣ୍ଟିଜେନ ଟେଷ୍ଟ ପରେ ହିଁ ନୂଆ ରୋଗୀ ଆଡମିଶନ ହେବେ । ଏସସିବି ଓ କ୍ୟାନସର ହସ୍ପିଟାଲରେ ଆଣ୍ଟିଜେନ ଟେଷ୍ଟ କରାଯିବ । ଏନେଇ ରାଜ୍ୟରେ ୫ ହଜାର ଆଣ୍ଟିଜେନ କିଟ ପହଞ୍ଚିଥିବାବେଳେ ଆଗାମୀ ଦିନରେ ଆଉ ୨୦ ହଜାର କିଟ ଆସିବ ବୋଲି ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

nine + 13 =