ଷ୍ଟେଜ୍- ଥ୍ରୀ ପାଦଦେଶରେ ଓଡ଼ିଶା

ଭୁବନେଶ୍ୱର() ଷ୍ଟେଜ୍-୩ ପାଦଦେଶରେ ଓଡ଼ିଶା ପହଞ୍ଚିଛି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ତେବେ କରୋନା ମହାମାରୀକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ ସଂକ୍ରମଣର ମାତ୍ରା ବଢ଼ି ଚାଲିଛି । କିନ୍ତୁ ପ୍ରବାସୀ ଓଡ଼ିଆଙ୍କୁ ଗ୍ରହଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଏହି ପ୍ରବାସୀମାନେ ହଟସ୍ପଟ୍ ଅଞ୍ଚଳରୁ ଆସିଥିବାରୁ ପଜିଟିଭ୍ ବାହାରିବା ସ୍ୱାଭାବିକ । ତେଣୁ ଭୟଭୀତ ହୁଅନ୍ତୁ ନାହିଁ ଏବଂ ଏହି ମହାମାରୀକୁ ନେଇ ଡ଼ରନ୍ତୁ ନାହିଁ ବୋଲି ସେ କହିଛନ୍ତି । ରୋଗ ପ୍ରତିଷେଧନ ଶକ୍ତି ହିଁ ଆମକୁ କରୋନା ସଂକ୍ରମଣରୁ ବଞ୍ଚାଇ ପାରିବ ବୋଲି ବରିଷ୍ଠ ଚିକିତ୍ସକ ଡ. ପଣ୍ଡା କହିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇ ଚାଲିଛି । ରବିବାର ସକାଳୁ ୫୮ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି । ରବିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୨୯ଜଣ, ବାଲେଶ୍ୱର ଜିଲ୍ଲାର ୧୫ ଜଣ, ଅନୁଗୁଳ ଜିଲ୍ଲାର ୧୩ ଜଣ ଓ ମୟୁରଭଞ୍ଜ ଜିଳ୍ଲାର ଜଣେ ଆକ୍ରାନ୍ତ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ରାଜ୍ୟରେ ଆଉ ଏକ ଜିଲ୍ଲା ଯଥା ଅନୁଗୁଳକୁ କରୋନା ଭାଇରସ୍ ବ୍ୟାପିଛି । ଏହି ଜିଲ୍ଲାରୁ ଏକକାଳୀନ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ରବିବାର ଆଉ ୨୯ ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ରବିବାର ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

Share

Leave a Reply

Your email address will not be published. Required fields are marked *

5 + 14 =