ଆଜି ୧୪୯୪ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୧୪୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୮୭୬୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬୭ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୬୨୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୩ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୨ଜଣ, ବରଗଡ଼ ଜିଲ୍ଲାରୁ ୫୪ଜଣ, ଭଦ୍ରକ ଜିଲ୍ଲାରୁ ୧୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୯ଜଣ, ବୌଦ୍ଧ ଜିଲ୍ଲାରୁ ୧୬ଜଣ, କଟକ ଜିଲ୍ଲାରୁ ୧୧୨ଜଣ, ଦେଓଗଡ଼ ଜିଲ୍ଲାରୁ ୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୮ଜଣ, ଗଜପତି ଜିଲ୍ଲାରୁ ୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୬ଜଣ, ଜଗତସିଂହପୁର ଜିଲ୍ଲାରୁ ୬୦ଜଣ, ଯାଜପୁର ଜିଲ୍ଲାରୁ ୩୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୮ଜଣ, କଳାହାଣ୍ଡି ଜିଲ୍ଲାରୁ ୩୫ଜଣ, କନ୍ଧମାଳ ଜିଲ୍ଲାରୁ ୧୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୬ଜଣ, କେନ୍ଦୁଝର ଜିଲ୍ଲାରୁ ୬୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫୩ଜଣ, କୋରାପୁଟ ଜିଲ୍ଲାରୁ ୨୧ଜଣ, ମାଲକାନଗିରି ଜିଲ୍ଲାରୁ ୧୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୯୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୨ଜଣ, ନୟାଗଡ଼ ଜିଲ୍ଲାରୁ ୩୪ଜଣ, ନୂଆପଡ଼ା ଜିଲ୍ଲାରୁ ୫୫ଜଣ, ପୁରୀ ଜିଲ୍ଲାରୁ ୬୩ଜଣ, ରାୟଗଡ଼ା ଜିଲ୍ଲାରୁ ୧୧ଜଣ, ସମ୍ବଲପୁର ଜିଲ୍ଲାରୁ ୩୯ଜଣ, ସୋନପୁର ଜିଲ୍ଲାରୁ ୧୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୬ଜଣ, ଷ୍ଟେଟ ପୁଲ୍‌ରୁ ୩୦ଜଣ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × four =