ରାଜଧାନୀରୁ ଆଉ ୬୮ ପଜିଟିଭ

ଭୁବନେଶ୍ୱର() ଆଜି ଭୁବନେଶ୍ୱରରୁ ମାତ୍ର ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪ ସ୍ଥାନୀୟ ଅଞ୍ଚଳରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୧୫ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୯ ହଜାର ୫୨୨ କୁ ବୃଦ୍ଧି ପାଇଛି ।

ମୋଟ ୨୯ ହଜାର ୫୨୨ ପଜିଟିଭ ମଧ୍ୟରୁ ୧୭୫ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨୮ ହଜାର ୩୯୫ ଜଣ ସୁସ୍ଥ ଓ ୯୩୧ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

15 − twelve =