ଆଉ ୩୦୫୩ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର() ରାଜ୍ୟରେ ଆଜି ୩୦୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୦୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୨୪୯ ଟି ଲୋକାଲ କେସ ରହିଛି । ଏହି ୩୦୫୩ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୯୩୮୭ରେ ପହଞ୍ଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯୪୧୨୮ ଜଣ ସୁସ୍ଥ ହୋଇ ସାରିଲେଣି । ବର୍ତ୍ତମାନ ସୁଦ୍ଧ ୩୪୩୧୪ ଜଣ ଚିକିତ୍ସାଧୀନ ରହିଛନ୍ତି ।

ସୂଚନା ଅନୁଯାୟୀ ଅନୁଗୁଳରୁ ୬୪, ବାଲେଶ୍ୱର ୮୫, ବରଗଡ଼ ୯୮, ଭଦ୍ରକ ୭୦, ବଲାଙ୍ଗୀର ୯୫, ବୌଦ୍ଧ ୨୮, କଟକ ୨୫୬, ଦେବଗଡ଼ ୧୬, ଢେ଼ଙ୍କାନାଳ ୫୧, ଗଜପତି ୧୮, ଗଞ୍ଜାମ ୫୨, ଜଗତସିଂହପୁର ୭୨, ଯାଜପୁର ୧୧୦, ଝାରସୁଗୁଡ଼ା ୧୪୬, କଳାହାଣ୍ଡି ୪୧, କନ୍ଧମାଳ ୩୨, କେନ୍ଦ୍ରାପଡ଼ା ୧୧୫, କେନ୍ଦୁଝର ୧୩୩, ଖୋର୍ଦ୍ଧା ୫୬୧, କୋରାପୁଟ ୪୪, ମାଲକାନଗିରି ୬୨, ମୟୂରଭଞ୍ଜ ୧୫୩, ନବରଙ୍ଗପୁର ୧୪, ନୟାଗଡ଼ ୬୭, ନୂଆପଡ଼ା ୫୬, ପୁରୀ ୧୨୭, ରାୟଗଡ଼ା ୩୬, ସମ୍ବଲପୁର ୧୨୩, ସୁବର୍ଣ୍ଣପୁର ୮୩, ସୁନ୍ଦରଗଡ଼ ୯୮ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୧୪୭ ଜଣ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − 4 =