ଆଜି ଆଉ ୩୨୩୫ କରୋନା ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର()  ରାଜ୍ୟରେ ଆଉ ୩୨୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୯୧୫ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୩୨୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୨ ହଜାର ୬୦୯ରେ ପହଞ୍ଚିଛି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୭୯, ବାଲେଶ୍ୱରରେ ୧୦୦, ବରଗଡ଼ରେ ୧୩୭, ଭଦ୍ରକରେ ୬୭, ବଲାଙ୍ଗୀରରେ ୧୦୧, ବୌଦ୍ଧରେ ୪୨, କଟକରେ ୩୧୮, ଦେବଗଡ଼ରେ ୧୨, ଢେଙ୍କାନାଳରେ ୬୯, ଗଜପତିରେ ୩୧, ଗଞ୍ଜାମରେ ୨୮, ଜଗତସିଂହପୁରରେ ୮୬, ଯାଜପୁରରେ ୧୧୦, ଝାରସୁଗୁଡ଼ାରେ ୭୧, କଳାହାଣ୍ଡିରେ ୪୨, କନ୍ଧମାଳରେ ୬୨, କେନ୍ଦ୍ରାପଡ଼ାରେ ୧୦୩, କେନ୍ଦୁଝରରେ ୮୬, ଖୋର୍ଦ୍ଧାରେ ୫୦୬, କୋରାପୁଟରେ ୫୯, ମାଲକାନାଗିରିରେ ୨୧, ମୟୂରଭଞ୍ଜରେ ୧୧୮, ନବରଙ୍ଗପୁରରେ ୧୨୪, ନୟାଗଡ଼ରେ ୪୩, ନୂଆପଡ଼ାରେ ୧୦୬, ପୁରୀରେ ୭୯, ରାୟଗଡ଼ାରେ ୧୦୧, ସମ୍ବଲପୁରରେ ୧୨୦, ସୋନପୁରରେ ୬୫ ଓ ସୁନ୍ଦରଗଡ଼ରେ ୧୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ଷ୍ଟେଟ ପୁଲରୁ ୧୪୮ ଜଣ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

11 + 7 =