ବିଜେପି ମୁକ୍ତ ହେବ ଭାରତ : ନିରଞ୍ଜନ

ମୋଦି କହୁଥିଲେ କଂଗ୍ରେସ ମୁକ୍ତ ଭାରତ ଗଠନ କରିବେ। କିନ୍ତୁ ଏବେ ଭାରତ ଧୀରେ ଧୀରେ ‘ବିଜେପି ମୁକ୍ତ’ ହେବାକୁ ଯାଉଛି। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ଭୋଟ୍ ଗଣତି ଚାଲିଥିବା ବେଳେ ଟ୍ରେଣ୍ଡିଂକୁ ଦେଖି ଏମିତି ମତାମତ ଦେଇଛନ୍ତି ଓଡ଼ିଶାର କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।
ସେ କହିଛନ୍ତି, ବିଜେପି ବହୁ ଅର୍ଥ ଖର୍ଚ୍ଚ କରି ମଧ୍ୟ କଂଗ୍ରେସ ମୁକ୍ତ ଭାରତ ଗଠନ କରିପାରିଲା ନାହିଁ। ମୁଁ ୫ଟି ଯାକ ରାଜ୍ୟର ଭୋଟରଙ୍କୁ ଧନ୍ୟବାଦ ଦେଉଛି। କାରଣ ସେମାନେ ଗତ ୪ ବର୍ଷର ଶାସନ (କେନ୍ଦ୍ର ସରକାରଙ୍କ ଶାସନ)କୁ ଭଲ ଭାବେ ଅନୁଭବ କରିଛନ୍ତି ଓ ସେହି ଅନୁସାରେ ନିଜ ମତ ଦେଇଛନ୍ତି।
ନିରଞ୍ଜନ କହିଛନ୍ତି, ବିଶେଷ ଭାବେ ଖୁସି ଲାଗୁଛି ଯେ ଛତିଶଗଡ଼ରେ କଂଗ୍ରେସ ଜିତିଛି। ଛତିଶଗଡ଼ରେ ଯେଭଳି ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଓଡ଼ିଶାରେ ବି ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଆଶା।
ଛତିଶଗଡ଼ରେ କଂଗ୍ରେସ ସରକାର ଗଢ଼ିଲା ପରେ ଆମେ ମହାନଦୀ ପ୍ରସଙ୍ଗରେ ସେଠାକାର ସରକାରଙ୍କ ସହ ଆଲୋଚନା କରିବୁ ବୋଲି ନିରଞ୍ଜନ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

3 × 2 =