ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର () ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଭୁବନେଶ୍ୱର ଓ କଟକରେ 6 ଘଣ୍ଟିଆ ବନ୍ଦ ପାଳନ କରୁଛି । ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ରାଜଧାନୀର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ମାଷ୍ଟ୍ରର କ୍ୟାଣ୍ଟିନ ଛକ, ବାଣୀବିହାର, କ୍ୟାପିଟାଲ ଲ କଲେଜ ଛକ, ଜୟଦେବ ବିହାର, ବରମୁଣ୍ଡା ଆଦି ସ୍ଥାନରେ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । କଂଗ୍ରେସର ଏହି ବନ୍ଦକୁ ବିଜେଡି ସ୍ୱାଗତ କରିଥିବା ବେଳେ ବଜେପି କହିଛି ଅଯଥା ରାଜନୀତି କରାଯାଉଛି।

Share

Leave a Reply

Your email address will not be published. Required fields are marked *

20 − three =