ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ କମିଟି ଗଠିତ

ଭୁବନେଶ୍ବର () ଗତ ଜୁନ ୮ ତାରିଖରେ ଶ୍ରୀମନ୍ଦିର ପରିଚାଳନା ନେଇ ସୁପ୍ରିମ କୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷିରେ ଆଇନ ବିଭାଗ ତିନି ଜଣିଆ କମିଟି ଗଠନ କରିଛି । ବୈଷ୍ଣୋଦେବୀ, ସୋମନାଥ ମନ୍ଦିର, ଅମ୍ରିତସରର ସ୍ୱର୍ଣ୍ଣ ମନ୍ଦିର ଓ ତିରୁପତି ମନ୍ଦିରର ପରିଚାଳନା ଢାଞ୍ଚାରେ ଶ୍ରୀମନ୍ଦିର ପରିଚାଳନାରେ ଆବଶ୍ୟକ ସଂସ୍କାର ପାଇଁ ସୁପାରିଶ କରିବାକୁ ଏହି କମିଟି ଗଠନ କରାଯାଇଛି । ଜଙ୍ଗଳ ଓ ପରିବେଶ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ତଥା ପରିଚାଳନା କମିଟି ସଭ୍ୟ ମଇମୋହନ ତ୍ରିପାଠୀଙ୍କୁ ନେଇ କମିଟି ଗଠନ କରାଯାଇଛି ।

କମିଟି ଆସନ୍ତା ୩୦ ତାରିଖ ସୁଦ୍ଧା ରିପୋର୍ଟ ଦେବେ । ଶ୍ରୀମନ୍ଦିର ପରିଚାଳନା ନେଇ ସୁପ୍ରିମ କୋର୍ଟରେ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ଗତ ଜୁନ ୮ ତାରିଖରେ ସୁପ୍ରିମ କୋର୍ଟ କମିଟି ଗଠନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁଯାୟୀ ଦେଶର ଅନ୍ୟ ପ୍ରମୁଖ ଦେବାଦେବୀ ମନ୍ଦିର ତଥା ବୈଷ୍ଣୋଦେବୀ, ସୋମନାଥ ମନ୍ଦିର, ଅମ୍ରିତସରର ସ୍ୱର୍ଣ୍ଣ ମନ୍ଦିର ଓ ତିରୁପତି ମନ୍ଦିରର ପରିଚାଳନା ଏବଂ ଶ୍ରୀମନ୍ଦିରର ପରିଚାଳନା ମଧ୍ୟରେ କଣ ପାର୍ଥକ୍ୟ ରହିଛି ଏବଂ ସେହି ଢାଞ୍ଚାରେ ଶ୍ରୀମନ୍ଦିର ପରିଚାଳନାରେ କଣ ପରିବର୍ତ୍ତନ ଆସିବା ଉଚିତ ସେ ସଂପର୍କରେ ରିପୋର୍ଟ ଦେବ କମିଟି ।

ସୂଚନାଯୋଗ୍ୟ ଯେ, ଯେଉଁମାନଙ୍କୁ କମିଟିରେ ସଦସ୍ୟ ଭାବେ ଗ୍ରହଣ କରାଯାଇଛି ସେମାନେ ଦୀର୍ଘ ବର୍ଷ ଧରି ବିଭିନ୍ନ ସମୟରେ ଶ୍ରୀମନ୍ଦିର ପରିଚାଳନା ଓ ରିତନୀତି ସହ ଜଡିତ ରହିଛନ୍ତି । ସୁରେଶ ମହାପାତ୍ର ଗୋଟେ ସମୟରେ ପୁରୀ ଜିଲ୍ଲାପାଳ ରହିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ରହିଥିଲେ । ସେହିପରି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର ମଧ୍ୟ ରଥଯାତ୍ରା ପରିଚାଳନାର ଦୀର୍ଘ ଅଭିଜ୍ଞତା ରହଛି । ମଇମୋହନ ତ୍ରିପାଠୀ ମଧ୍ୟ କିଛି ବର୍ଷ ପାଇଁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଥିବା ବେଳେ ଏବେ ପରିଚାଳନା କମିଟିର ସଦସ୍ୟ ରହିଛନ୍ତି ।

 

Share

Leave a Reply

Your email address will not be published. Required fields are marked *

one + 16 =