ପୋଲିସ କବଜାରେ କଟୁରୀ ଗ୍ୟାଙ୍ଗର ୫ମେମ୍ବର୍

ଭୁବନେଶ୍ବର: ରାଜଧାନୀର ଛାତି ଉପରେ ଲୁଟ୍ ପାଟ୍ ଭଳି ଜଘନ୍ୟ ଅପରାଧରେ ସାମିଲ୍ ଥିବା କଟୁରୀ ଗ୍ୟାଙ୍ଗକୁ ଧରିଛି କମିସନରେଟ ପୋଲିସ ।କଟୁରୀ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଆଜି ଗିରଫ କରିଛି କମିସନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ।ଏହି ଗ୍ୟାଙ୍ଗ ଦୀର୍ଘ ଦିନ ଧରି ପଲସର ବାଇକରେ ଆସି କଟୁରୀ ଦେଖାଇ ଲୋକଙ୍କୁ ଭୟଭୀତ କରି ଲୁଟ୍ ଓ ଛିନତାଇ ଭଳି ଅପରାଧ କରୁଥିଲେ ।

ସହିଦନଗର ଥାନା ଏବଂ ଖଣ୍ଡଗିରି ଥାନା ପୋଲିସ୍ ସ୍ପେଶାଲ ଟିମ ମିଳିତ ଭାବେ କଟୁରୀ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିଛନ୍ତି । କରୋନା ଭଳି ମହାମାରୀ ସମୟରେ ଏ ଭଳି ଅପରାଧିକ କାର୍ଯ୍ୟ କରୁଥିବା କଟୁରୀ ଗ୍ୟାଙ୍ଗକୁ ଗିରଫ କରିବା କମିସନରେଟ ପୋଲିସ ପାଇଁ ବଡ଼ ସଫଳତା ।ତେବେ ଗିରଫ ଗ୍ୟାଙ୍ଗ ନିକଟରୁ ୧୯ଟି ସୁନା ଚେନ, ୬କୋଲି ୨ଶହ ଗ୍ରାମ ଓଜନର ରୁପା ଅଳଙ୍କାର, ୧୩ ହଜାର ୬ଶହ ନଗଦ ଟଙ୍କା ଓ ହତିଆର ଜବତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

6 + 6 =