୨ କେଜି ସୁନା ଜବତ କଲା କମିଶନରେଟ୍ ପୋଲିସ

କଟକ: କଟକ ମାଲଗୋଦାମ ଅଂଚଳରୁ ୨ କେଜି ସୁନା ଜବତ କରିଛି କମିଶନରେଟ ପୋଲିସ । ପଂଜାବରୁ ସୁନା ଆଣି ଜିଏସଟି ଫାଙ୍କି ବିକ୍ରି କରିବା ସମୟରେ ଧରାପଡିଥିବା ସୂଚନା ମିଳିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇନି । କେବଳ ଫାଇନ ହୋଇଛି । ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୫୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ପଂବାଜ ଅମୃତସରର ଦୁଇ ଜଣ ବ୍ୟକ୍ତି ମାସକୁ ଥରେ ଟ୍ରେନରେ କଟକ ଆସି କଟକର ବିଭିନ୍ନ ସୁନା ଦୋକାନମାନଙ୍କୁ ବିନା ବିଲ୍ କିମ୍ବା ବିନା ଟ୍ୟାକ୍ସରେ ସୁନା ବିକ୍ରି କରନ୍ତି । ଅନେଇ କମିଶନରେଟ ପୋଲିସ ନିକଟରେ ଖବର ପଂହଚିଥିଲା । ଏଥିରେ ୩ ଜଣଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚୁରା କରୁଛି । ସେମାନେ ସୁନା କେଉଁଠୁ ଆଣି କେମିତି ବିକୁଥିଲେ ଏ ବାବଦରେ ପୋଲିସ ଅଧିକ ଖୋଳତାଡ କରୁଛି ।

Share

Leave a Reply

Your email address will not be published. Required fields are marked *

1 × four =