ବିଭିନ୍ନ ଟିମ୍ ଲାଗି ଓସିଏରେ କୋଚ ନିଯୁକ୍ତି

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ତରଫରୁ ବିଭିନ୍ନ ବୟସ ବର୍ଗରେ ପୁରୁଷ ଓ ମହିଳା ଟିମ୍ ପାଇଁ କୋଚ୍ ତାଲିକା ପ୍ରକାଶ କରାଯାଇଛି। ୱାସିମ ଜାଫର୍ ଓସିଏର ମୁଖ୍ୟ କୋଚ୍ ରହିଛନ୍ତି । ରଣଜୀ ଟ୍ରଫି ପାଇଁ ସଞ୍ଜୟ ଶତପଥୀ ବ୍ୟାଟିଂ ଓ ଗୌତମ ଗୋପାଳ ଫିଲ୍ଡିଂ କୋଚ୍ ନିଯୁକ୍ତ ହୋଇଛନ୍ତି ।

୨୩ବର୍ଷରୁ କମ୍ ବର୍ଗରେ ନଟରାଜ ବେହେରା, ରାକେଶ ମହାନ୍ତି ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ବିଭାଗ ଦେଖିବେ । ୧୯, ୧୬ ଓ ୧୪ବର୍ଷରୁ କମ୍ ବର୍ଗରେ ରଶ୍ମିରଞ୍ଜନ ପରିଡ଼ା ମୁଖ୍ୟକୋଚ୍ ଭାବେ କାର‌୍ୟ୍ୟ କରିବେ । ୧୯ବର୍ଷରୁ କମ୍ ବର୍ଗରେ ରଶ୍ମିରଞ୍ଜନ ଦାସ ବ୍ୟାଟିଂ ଓ ଶୋଭନ ଦେବ ବୋଲିଂ କୋଚ୍, ୧୬ବର୍ଷରୁ କମ୍ ବର୍ଗରେ କେ.ଭି.ପ୍ରସାଦ, ଦୀପକ ବେହେରା, ସିନିୟର ମହିଳାରେ ସୁରେଶ କୁମାର, ବିକାଶ ପତି, ୨୩ବର୍ଷରୁ କମ୍ ବର୍ଗରେ ଇତିଶ୍ରୀ ପଟ୍ଟନାୟକ, ୧୯ବର୍ଷରୁ କମ୍ ମହିଳା ଟିମ୍ରେ କାଦମ୍ବିନୀ ମହାକୁଡ଼ ଓ ଗଙ୍ଗୋତ୍ରୀ ବେହେରା କୋଚ୍ ଦାୟିତ୍ୱ ନିର୍ବାହ କରିବେ ।

 

Share

Leave a Reply

Your email address will not be published. Required fields are marked *

two × 4 =