ଗୁରୁ ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଗୁରୁ ଦିବସ । ଗୁରୁଙ୍କ ଲାଗି ଦିନଟିଏ । ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଜୟନ୍ତୀକୁ ଗୁରୁ ଦିବସ ରୂପେ ପାଳନ କରାଯାଏ । ପଲ୍ଲୀରୁ ଦିଲ୍ଲୀ ସବୁଠି ପାଳି ହେଉଛି ଗୁରୁ ଦିବସ । ତେବେ ଏହି ପବିତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜର ଟ୍ୱିଟର ଆକାଉଣ୍ଟରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି କି, ଅଜ୍ଞାନତା ଦୂର କରି ଜ୍ଞାନର ମାର୍ଗରେ ପରିଚାଳିତ କରିବାରେ ଗୁରୁଙ୍କ ଭୂମିକା ଅତୁଳନୀୟ । ପବିତ୍ର ଗୁରୁ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଶିଷ୍ଟ ଦାର୍ଶନିକ, ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

Share

Leave a Reply

Your email address will not be published. Required fields are marked *

nineteen − 14 =