କଟକରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ ଅଛି

ଭୁବନେଶ୍ୱର()  କରୋନା ନେଇ ସଚେତନ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସିଏମସି ପକ୍ଷରୁ ୧୦ଟି ରାପିଡ ରେସ୍ପନ୍ସ ଟିମ୍ ଗଠିତ ହୋଇଛି । କଟକରେ ୧୦ ହଜାର ବୟସ୍କ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । କଟକ ବସ୍ତି ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି ସିଏମସି । ବସ୍ତି ଅଞ୍ଚଳରେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରାଯାଇଛି । କଟକର ବିଭିନ୍ନ ପୂଜା କମିଟି, ସାହି କମିଟି ସହଯୋଗ କରୁଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହଯୋଗ କରୁଛନ୍ତି । ସିଏମସି ଅଧିନରେ ଅଞ୍ଚଳକୁ ବାହାରୁ ୫,୧୦୧ ଲୋକ ଆସିଛନ୍ତି । ଏମାନଙ୍କୁ ଟ୍ରାକ କରାଯାଇ ସଙ୍ଗରୋଧ ବ୍ୟବସ୍ଥା କରାଯାଉଛି । ଆବଶ୍ୟକୀୟ ସୁବିଧା ଥିଲେ ହୋମ କ୍ୱାରେଣ୍ଟାଇନ ଅନୁମତି ଦିଆଯାଇଛି ବୋଲି ଆଜି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି

ଏହା ସହ ବିଭିନ୍ନ ହୋଟେଲରେ ପେଡ କ୍ୱାରେଣ୍ଟିନ ବ୍ୟବସ୍ଥା କରାଯାଇଛି । କଣ୍ଟ୍ରୋଲ ରୁମ ନମ୍ବର ୭୦୭୭୭୭୫୫୫୫ ଜାରି କରାଯାଇଛି । କରୋନା ନେଇ ଏହି ନମ୍ବରକୁ କଲ କରି ଲୋକ ଜଣାଇଛନ୍ତି । ରାପିଡ ଆକ୍ସନ ଟିମ୍ ଦ୍ୱାରା କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି । ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁଙ୍କ ଉପରେ ନଜର ରଖାଯାଇଛି । କିଛି ଅସୁବିଧା ଦେଖିଲେ ତାଙ୍କର ଟେଷ୍ଟ କରାଯାଉଛି । ଘରୋଇ ହସ୍ପିଟାଲରେ ଯାଞ୍ଚ କରାଯାଉଛି । କୋଭିଡ ଗାଇଡଲାଇନ୍ ପାଳନ ହେଉଛି କି ନାହିଁ ଯାଞ୍ଚ ହେଉଛି । ଗାଇଡ ଲାଇନ୍ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  କହିଛନ୍ତି CMC କମିସନର ଅନନ୍ୟା ଦାସ ।

ସେ ଆହୁରି କହିଛନ୍ତି  ଏପର୍ଯ୍ୟନ୍ତ କଟକକୁ ମୋଟ ୫,୧୦୧ ଜଣ ପ୍ରବାସୀ ଆସିଛନ୍ତି । ୩,୮୯୨ ହୋମ୍‌ ଓ ୯୪୯ ଜଣ ସରକାରୀ କ୍ବାରେଣ୍ଟାଇନରେ ଅଛନ୍ତି ।୨୬୦ ଜଣ ପ୍ରବାସୀ ପେଡ୍‌ କ୍ବାରେଣ୍ଟାଇନରେ ଅଛନ୍ତି । କଟକରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ ଅଛି ।

Share

Leave a Reply

Your email address will not be published. Required fields are marked *

three × 2 =