ବୁଲା ପଶୁଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ବିପଦର ବନ୍ଧୁ ନବୀନ । ଏହି କରୋନା କାଳରେ ବୁଲା ପଶୁଙ୍କ ଲାଗି ୬୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଡିର ଏହି ଅର୍ଥ ମଞ୍ଜୁର କରିଛନ୍ତି ନବୀନ । ଯେପରି କୌଣସି ବୁଲା ପଶୁ ଭୋକିଲା ନରୁହନ୍ତି ସେଥିଲାଗି ମହାନତା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସମୟରେ ଏହିସବୁ ବୁଲା ଗାଇଗୋରୁ ଏବଂ କୁକୁରଙ୍କ ଖାଦ୍ୟ ଅଭାବ ନହେବାକୁ ବିଶେଷ ଦୃଷ୍ଟି ଦେଇଥିବା ସୂଚନା ମିଳିଛି ।

ଭୁବନେଶ୍ୱର ମହାନଗର ନିଗମ ଦୈନିକ ୨୦ ହଜାର ଓ ଅନ୍ୟ ୪ ମହାନଗର ନିଗମ ଦୈନିକ ୧୦ ହଜାର ଟଙ୍କା ଲେଖାଏଁ ବୁଲା ପଶୁଙ୍କ ଖାଦ୍ୟ ପାଇଁ ବ୍ୟବହାର କରିପାରିବେ । ସେହିଭଳି ଅନ୍ୟ ୪୮ଟି ମ୍ୟୁନିସପାଲଟି ଦୈନିକ ୫ ହଜାର ଲେଖାଏଁ ଓ ୬୧ଟି ଏନଏସି ଦୈନିକ ୨ ହଜାର ଲେଖାଏଁ ଖର୍ଚ୍ଚ କରିପାରିବେ । ଏହାପୂର୍ବରୁ ଲକଡାଉନ ସମୟରେ ବୁଲା ପଶୁଙ୍କ ଖାଦ୍ୟ ବାବଦକୁ ୧ କୋଟି ୧୩ ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର କରିଥିଲେ ନବୀନ । ଏହି ଅର୍ଥ ସହରାଞ୍ଚଳରେ ଥିବା ବୁଲା ପଶୁଙ୍କ ଖାଦ୍ୟ ବାବଦକୁ ଖର୍ଚ୍ଚ କରାଯିବ । ଲକଡାଉନ ସମୟରେ ଏହି ଅର୍ଥ ଖର୍ଚ୍ଚ କରାଯିବ ।

Share

Leave a Reply

Your email address will not be published. Required fields are marked *

2 + 3 =