ପୁରୁଷ ହକି ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ହକି ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଅଫର

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଦମଦାର ପ୍ରଦାଁନ କରି ୪୧ ବର୍ଷ ପରେ ପଦକ ଜିତିଛି । ଯାହାକି ସାରା ଦେଶବାସୀଙ୍କୁ ବେଶ ଉତ୍ସାହିତ କରିଛି । ତେବେ ଭାରତୀୟ ହକି ଦଳରେ ଦୁଇଜଣ ଓଡ଼ିଆ ହକି ଖେଳାଳୀ ଅଛନ୍ତି । ତେବେ ପୁରୁଷ ହକି ଦଳର ଦୁଇ ଖେଳାଳୀ ବିରେନ୍ଦ୍ର ଲାକ୍ରା ଓ ଅମିତରୋହିତ ଦାସ ଏବଂ ମହିଳା ଦଳର ନମିତା ଟପ୍ପୋ ଏବଂ ଦୀପଗ୍ରେସ ଏକ୍କା ଓଡ଼ିଶା ଫେରିଛନ୍ତି । ଏହି ୪ ଖେଳାଳୀଙ୍କୁଭବ୍ୟ ସ୍ୱାଗତ କରିବା ଲାଗି ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ ଏକ ଭବ୍ୟ ସ୍ୱାଗତ କରିଛନ୍ତି ।

ଅମିତ ଓ ବିରେନ୍ଦ୍ରଙ୍କୁ ଅଢ଼େଇ କୋଟି ଟଙ୍କା ଲେଖାଏଁ ଆର୍ଥିକ ପୁରଷ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ମହିଳା ହକି ଖେଳାଳୀ ନମିତା ଓ ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି କି, ଅମିତ ଓ ବିରେନ୍ଦ୍ରଙ୍କୁ ଆର୍ଥିକ ପୁରଷ୍କାର ସହ ଡେପୁଟି ସୁପରିଷଯଣ୍ଡେଟ ଅଫ ପୋଲିସ (ଡିଏସପି)ର ଅଫର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ଏଭଳି ଅଫର ପାଇବା ପରେ ଦୁଇ ଖେଳାଳୀ ଭାବ ବିହ୍ୱଳ ହୋଇ ପଡିଥିବା ଦେଖିବାକୁ ମିଳିଛି । ସେମାନେ କହିଛନ୍ତି କି, ଆଜି ଆମକୁ ପରିଶ୍ରମର ଫଳ ମିଳିଛି । ତେବେ ଉଭୟ ଖେଳାଳୀ ସୁନ୍ଦରଗଡ଼ ଜିଲ୍ଲାର । ସେମାନେ ଗରିବିକୁ ସାମନା କରି ଶେଷରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଆଉ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକିକୁ ପ୍ରୋତ୍ସାହିତ କରିବା ଭଳି ଦୁଇ ଖେଳାଳୀଙ୍କୁ ମଧ୍ୟ ଆଗକୁ ବଢ଼ିବା ଲାଗି ଅଫର କରିଛନ୍ତି । ଖେଳାଳୀଙ୍କ ସହ ସାଧାରଣ ଲୋକେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତିକୁ ପ୍ରଂଶସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 − 3 =