ବନ୍ଦର ଭିତ୍ତିଭୂମୀ ବିକାଶରେ ସୁବର୍ଣ୍ଣରେଖା ହେବ ସ୍ବର୍ଣ୍ଣିମ ଅଧ୍ୟାୟ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବାଲେଶ୍ବର ଗସ୍ତରେ ଯାଇ ଜିଲ୍ଲାରେ ବିଭିନ୍ନ ବିକାଶ କାମର ଉଦଘାଟନ ଓ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲେଶ୍ବ ଲିଜ୍ଲା ବାଲିଆପାଳର ଚୌମୁଖ ଠାରେ ସୁବର୍ଣ୍ଣରେଖା ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡିଶା ସରକାର ଓ ଟାଟା ଷ୍ଟିଲର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ମୋଟ 5ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ନିର୍ମାଣ କାର୍ଯ୍ୟ 4 ବର୍ଷ ମଧ୍ୟରେ ଶେଷ ହେବ । 12ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଶିଳାନ୍ୟାସ ଅବସରରେ ଆୟୋଜିତ ଜନ ସମାବେଶକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ତାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ପାଇଁ ପ୍ରସିଦ୍ଧ । ଆମର ସାଧବ ପୁଅମାନେ ବିଭିନ୍ନ ଦେଶକୁ ଯାଇ ବାଣିଜ୍ୟ କରୁଥିଲେ । ଏବଂ ରାଜ୍ୟ ପାଇଁ ସମୃଦ୍ଧି ଆଣୁଥିଲେ । ଓଡିଶାର ମୌବାଣିଜ୍ୟର ଅତିତ ଗୌରବ ଫେରାଇ ଆଣିବା ପାଇଁ ମହାନ ଜନନାୟକ ବିଜୁ ବାବୁ 60 ଦଶକରେ ଏକ ସାହାସିକ ନିଷ୍ପତ୍ତି ନେଇ ପାରାଦୀପ ବନ୍ଦର କାମ ଆରମ୍ଭ କରିଥିଲେ । ଆଜି ପାରାଦୀପ ଦେଶର ଏକ ବଡ ବନ୍ଦର ଭାବେ ପରିଗଣିତ । ବିଜୁ ବାବୁଙ୍କ ପ୍ରଦର୍ଶିତ ମାର୍ଗରେ ଯାଇ ରାଜ୍ୟ ସରକାର ଓଡିଶାରେ ବନ୍ଦର ଭତ୍ତିଭୂମିର ବିକାଶ ପାଇଁ ସଂକଳ୍ପବଦ୍ଧ । ଗତ କିଛ ବର୍ଷ ମଧ୍ୟରେ ରାଜ୍ୟ ସରକାର ଧାମରା ଓ ଗୋପାଳପୁର ପରି ଦୁଇଟି ବଡ ବନ୍ଦରକୁ କାର୍ଯ୍ୟକ୍ଷମ କରିଥିବା ବେଳେ ସୁବର୍ଣ୍ଣରେଖା ବନ୍ଦର ଏହି ପର୍ଯ୍ୟାୟରେ ଆମ ଭିତ୍ତିଭୂମି ବିକାଶର ଏକ ସ୍ବର୍ଣ୍ଣିମ ଅଧ୍ୟାୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ ଯେ, ସପ୍ତଦଶ ଶତାବ୍ଦୀରେ ବାଲେଶ୍ବର ମଧ୍ୟ ମୌବାଣିଜ୍ୟ କ୍ଷେତ୍ରରେ ବହୁତ ସକ୍ରିୟ ରହିଥିଲା । ସୁବର୍ଣ୍ଣରେଖା ବନ୍ଦର ଦ୍ବାରା ବଙ୍ଗଳା, ଝାରଖଣ୍ଡ, ବିହାର ଓ ଉତ୍ତରପ୍ରଦେଶ ପରି ରାଜ୍ୟ ସମେତ ବାଙ୍ଗଲାଦେଶ, ନେପାଳ ଏବଂ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶମାନେ ମଧ୍ୟ ବନ୍ଦର ସୁବିଧା ପାଇପାରିବେ । ପ୍ରାଥମିକ ସ୍ତରରେ ଏହି ବନ୍ଦର 25 ମିଲିଅନ ଟମ ମାଲ ପରିବହନ କରିବ ଏବଂ ପରବର୍ତ୍ତି ପର୍ଯ୍ୟାୟରେ ଏହାକୁ 55 ନିୟୁତ ଟନକୁ ବୃଦ୍ଧି କରାଯିବ । ଏହି ବନ୍ଦରରେ 12ଟି ବର୍ଥ ରହିବ । ଚୁକ୍ତି ଅନୁଯାୟୀ ବୁଷ୍ଟ ମଡେଲରେ ରାଜସ୍ବ ଆବଣ୍ଟନ କରାଯିବ । ଏହି ବନ୍ଦର ଓଡିଶାରେ ଶିଳ୍ପାୟନକୁ ତ୍ବରାନ୍ବିତ କରିବା ସହିତ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବାଲେଶ୍ବର ରିଙ୍ଗରୋଡ ଓ ସେତୁ ଆଦି 691କୋଟି ଟଙ୍କାର ଅନ୍ୟ 39ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ତଳସାରୀ ମହୋତ୍ସବରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ଜଳେଶ୍ବର-ଦିଘା ରେଳପଥ କାର୍ଯ୍ୟ ତ୍ବରାନ୍ବିତ କରାଯିବା ଓ ସୁବର୍ଣ୍ଣରେଖା ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅନନ୍ତ ଦାସ, ସାଂସଦ ରବିଦ୍ର ଜେନା ଓ ଜିଲ୍ଲାର ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

eight − three =