୩୨ଟି ପ୍ରସ୍ତାବରେ କ୍ୟାବିନେଟ ମୋହର

ରାଜଧାନୀବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ପାଣ୍ଡରାରେ ନିର୍ମାଣ ହେବ ବ୍ୟାରେଜ୍ । ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା । ବ୍ୟାରେଜ ନିର୍ମାଣ ପ୍ରସ୍ତାବକୁ ଗତକାଲି ମଞ୍ଜୁରୀ ଦେଇଛନ୍ତି ରାଜ୍ୟ କ୍ୟାବିନେଟ୍ । ବୈଠକରେ ମୋଟ ୩୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪୯୭୩ କୋଟି ଖର୍ଚ୍ଚ ହେବ । ମିଶନ ଶକ୍ତି ମହିଳା ଗୋଷ୍ଠୀକୁ ୫୦ ହଜାର କୋଟିର ବ୍ୟାଙ୍କ ଋଣ ମିଳିବ । ମିଶନ ଶକ୍ତି ଉତ୍ପାଦ ସାମଗ୍ରୀ ବିକ୍ରି ପାଇଁ ୫୦୦ ବଜାର ସୃଷ୍ଟି କରାଯିବ ।
ସେହିପରି ଅନୁଗୁଳରେ ପ୍ରତିଷ୍ଠା ହେବ ମେଗା ଆଲୁମିନିୟମ ପାର୍କ । ଆଲୁମିନିୟମ ପାର୍କ ଜମି ଅଧିଗ୍ରହଣ ପାଇଁ ଇଡକୋକୁ ମିଳିବ ୪୨୮ କୋଟି । ରାଜ୍ୟର ୨୪ଟି ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ମିଳିବ ଅନୁଦାନ । ସେହିପରି ୫ ବର୍ଷରେ ୧ ଲକ୍ଷ ନୂଆ ନଳକୂପ ଖୋଲାଯିବ । ବ୍ୟୟ ହେବ ୪୧୯୮ କୋଟି । । ଜଳସେଚନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୨୮୦ ଚେକ୍ ଡ୍ୟାମ୍ ।

Share

Leave a Reply

Your email address will not be published. Required fields are marked *

13 + 17 =