ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ‘କାଳିଆ’ ଟଙ୍କା

ଆଜି ପବିତ୍ର ଅକ୍ଷୟା ତୃତୀୟା | ଏହି ଅବସରରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର | ରାଜ୍ୟର ପ୍ରାୟ ୪୦ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ | କାଳିଆ ଯୋଜନାରେ ମିଳିବ ଟଙ୍କା | ଚାଷୀମାନେ ମୁଣ୍ଡ ପିଛା ୨ ହଜାର ଟଙ୍କା ଲେଖାଏଁ ପାଇବେ ବୋଲି କୁହାଯାଉଛି । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ ।

ମଙ୍ଗଳବାର ଅପରାହ୍ନରେ ଆୟୋଜିକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟଙ୍କା ବଣ୍ଟନ କରିବେ । ଏ ବାବଦରେ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ମୋଟ୍ ୪ ହଜାର ଟଙ୍କା ସହାୟତା ମିଳେ । ପ୍ରତିବର୍ଷ ଅକ୍ଷୟ ତୃତୀୟା ଏବଂ ନୂଆ ଖାଇରେ ପର୍ବରେ ଚାଷୀଙ୍କ ଆକାଉଣ୍ଟକୁ ସରକାର ଏହି ଟଙ୍କା ପଠାନ୍ତି ।

ସୂଚନା ଯୋଗ୍ୟ, ଆଜି ଚାଷୀଙ୍କୁ କାଳିଆ ଟଙ୍କା ଦେବା ନେଇ ଗତକାଲି ରାଜ୍ୟ ସରକାର ଘୋଷଣା କରିଥିଲେ | ୨୦୧୮ରୁ ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୩ ଲକ୍ଷରୁ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ସିଧାସଳଖ ଉପକୃତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + nine =