ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟ । ଶୁଭ ଅନୂକୁଳର ମହାପର୍ବ | ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ପ୍ରତିବର୍ଷ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ | ଓଡିଶାର ପାରମ୍ପରିକ ପରିବେଶରେ ଅକ୍ଷୟ ତୃତୀୟାର ମହାତ୍ମ୍ୟ ରହିଛି । ଆଜିର ଦିନରେ ସମସ୍ତ ଶୁଭ କାମର ଆରମ୍ଭ ହୁଏ | ଆଜି ର ଏହି ଶୁଭ ଦିନରେ କାମ ଆରମ୍ଭ କଲେ ସବୁ ଶୁଭ ହୁଏ | ବିଶେଷ କରି ଏହି ଦିନ କୃଷକଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ ।

ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହ ଜଡିତ ଏହି ଦିନଟି । ଓଡିଶା କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ ପ୍ରତିଟି ଓଡିଆ ପାଇଁ ଏହା ଏକ ବଡ ପର୍ବ । ଏହି ଦିନଟିକୁ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ । ଆଜିଠୁ କୃଷିଭିତ୍ତିକ କାମର ଶୁଭାରମ୍ଭ ହୋଇଥାଏ । କୃଷିଭାଇ ଆଜିର ଦିନରୁ ଅଖିମୁଠି ଅନୁକୂଳ କରିଥାଏ । ଭଲ ଫସଲ ଅମଳର ଆଶା ରଖି କ୍ଷେତରେ ମହାଲକ୍ଷ୍ମୀ ଓ ଭୂମିଜାଙ୍କୁ ଆରାଧନା କରିଥାଏ ଚାଷୀ । ହଳ, ଲଙ୍ଗଳ ସହ ବିଭିନ୍ନ ଚାଷ ସାମଗ୍ରୀକୁ ପୂଜା କରିଥାଏ । ବିଶେଷ କରି ଏହି ଦିନକୁ ବେଶ୍ ଶୁଭ ମନାଯାଏ, ଏପରିକି ଆଜିର ଦିନରେ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଏ ତାହା ଅକ୍ଷୟ ହୋଇଥାଏ । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥାଯାତ୍ରା ପାଇଁ ରଥ ଅନୂକୁଳ ହୋଇଥାଏ । ଓଡିଶା ପରମ୍ପରାରେ ଏହି ଦିନଟର ମାହାତ୍ମା ରହିଛି । ଗୃହିଣୀମାନେ ସକାଳୁ ଘର ଲିପାପୋଛା କରିବାର ସହ ଚିତା ପକାଇ ସଜାଇ ଥାନ୍ତି । ଆଜି ଦିନଟିରେ ମହକି ଉଠେ ପୁର ପଲ୍ଲୀ ।

ଏହି ପବିତ୍ର ଦିନରେ ରାଜ୍ୟର ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷକମାନେ ଆମ ମେରୁଦଣ୍ଡ ଖାଦ୍ୟ ସୁରକ୍ଷା ଆଧାରର ମୁଖ୍ୟ ଆଧାର । ଚାଷୀମାନେ ଆମର ଗର୍ବ ଓ ଗୌରବ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ କାମନା କରି କୃଷକ ଦିବସ ବା ପବିତ୍ର ଅକ୍ଷୟ ତୃତୀୟାରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିଭଳି କୃଷିଭିତ୍ତିକ ପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ଅବସରରେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଆଜିର ଶୁଭ ଦିନରେ ଚାଷୀ ମାନେ ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରନ୍ତି । ଆମର ଚାଷୀ ଭାଇ ମାନେ ଆମ ଦେଶର ଅର୍ଥନୀତିର ମେରୁଦଣ୍ଡ । ସମସ୍ତଙ୍କ ମଙ୍ଗଳ ଓ ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା ।

Share

Leave a Reply

Your email address will not be published. Required fields are marked *

three × four =