ଶିଶୁ ହୃଦରୋଗୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଅହମଦାବାଦ () ଅହମଦାବାଦସ୍ଥିତ ଶ୍ରୀ ସତ୍ୟସାଇ ହୃଦରୋଗ ଚିକିତ୍ସାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିକିତ୍ସାରତ ୧୫୦ ପିଲାଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ । ସୁସ୍ଥ ହୋଇଥିବା ୩୬ ପିଲାଙ୍କୁ ଦେଲେ ଡିସ୍‍ଚାର୍ଜ ସାର୍ଟିଫିକେଟ । ରାଜ୍ୟ ସରକାରଙ୍କ ସହ ହୋଇଥିବା ବୁଝାମଣା ଅନୁଯାୟୀ ପିଲାଙ୍କୁ ମାଗଣା ଚିକିତ୍ସା ଯୋଗାଉଛି ଶ୍ରୀ ସତ୍ୟସାଇ ହୃଦରୋଗ ଚିକିତ୍ସାଳୟ ।

ସୁରତ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅହମଦାବାଦରେ ଶ୍ରୀ ସତ୍ୟସାଇ ହୃଦରୋଗ ଚିକିତ୍ସାଳୟକୁ ମଧ୍ୟ ଯାଇଥିଲେ । ସେଠାରେ ହୃହରୋଗ ଚିକିତ୍ସା ହେଉଥିବା ଶିଶୁଙ୍କୁ ଭେଟିଥିଲେ । ସେମାନଙ୍କ ସହ କିଛି ସମୟ ବିତାଇ ମୁଖ୍ୟମନ୍ତ୍ରୀ ସୁରତ ଅଭିମୁଖେ ଯାଇଥିଲେ ।

Share

Leave a Reply

Your email address will not be published. Required fields are marked *

five × 2 =