“ଓଡିଶି ସିଟି କାର୍ଡ” ଉନ୍ମୋଚନ

ଭୁବନେଶ୍ୱର, ୫/୧୦: ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ କମନ୍ ପେମେଂଟ୍ କାର୍ଡ ସିଷ୍ଟମ (ସିପିସିଏସ୍) ଆରମ୍ଭ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍) ସହିତ ସହଯୋଗିତା ସ୍ଥାପନ କରାଯାଇଥିବା ବିଷୟରେ ଆଜି ଘୋଷଣା କରାଯାଇଛି ଯାହା ବିବିଓ ପ୍ରକାରର ସହର ସ୍ତରୀୟ ବ୍ୟବହାର ପାଇଁ ନାଗରିକମାନଙ୍କୁ ଗୋଟିଏ ପେମେଂଟ୍ ବିକଳ୍ପ ବ୍ୟବହାର କରିବାରେ ସହାୟକ ହେବ । “ଓଡ଼ିଶି” ସିଟି କାର୍ଡ ନାମକ ଏହି ପ୍ରିପେଡ୍ ବିବିଧ ବ୍ୟବହାର ଯୋଗ୍ୟ କାର୍ଡ ସହରରେ ପ୍ରଥମ ଧରଣର ଯାହା ସହରର ବାସିନ୍ଦାଙ୍କୁ ବିଭିନ୍ନ ପ୍ରକାର ସେବା ଯଥା ସଂପତି ଟିକସ, ପାଣି ବିଲ୍, ଗାଡ଼ି ପାର୍କିଂ ଫି ଓ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ପାଇଁ ଟ୍ରେଡ୍ ଲାଇସେନ୍ସ ଫି’ ଆଦି ବହୁତ କିଛି ପାଇଁ ସହଜ ଓ ତ୍ୱରିତ ପେମେଂଟ୍ରେ ସହାୟକ ହେବ । ସାରା ଦେଶରେ ପିଓଏସ୍ ମେସିନ୍ ଥିବା ଖୁଚୁରା ମର୍ଚାଂଟ୍ ଆଉଟଲେଟ୍ ଓ ଇ-କମର୍ସ ୱେବସାଇଟ୍ରେ ମଧ୍ୟ ଏହି କାର୍ଡ ଜରିଆରେ ପେମେଂଟ୍ କରାଯାଇପାରିବ ।
ରାଜ୍ୟ ସଚିବାଳୟ ଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ‘ଓଡ଼ିଶି’ ସିଟି କାର୍ଡକୁ ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅନୁପ ବାଗ୍ଚିଙ୍କ ଉପସ୍ଥିତିରେ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମାନ୍ୟବର ମେୟର, ଭୁବନେଶ୍ୱର, ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି, ମାନ୍ୟବର ବିଧାୟକ, ଭୁବନେଶ୍ୱର କେନ୍ଦ୍ର ଓ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ମାନ୍ୟବର ବିଧାୟକ, ଭୁବନେଶ୍ୱର ଉତର ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ “ମାଇଁ ଓଡ଼ିଶେ ସେଂଟର’କୁ ମଧ୍ୟ ଉନ୍ମୋଚନ କରିଛନ୍ତି । ଯେଉଁଠାରେ ‘ଓଡ଼ିଶି’ କାର୍ଡ ଜାରି କରିବା ପାଇଁ ଉପଲବ୍ଧ ହେବ ।
ଆସନ୍ତା ମାସ ଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଥିବା ୨୦୧୮ ପୁରୁଷ ହକି ବିଶ୍ୱକପ୍ ଟୁର୍ଣ୍ଣାମେଂଟ୍ ପୂର୍ବରୁ ଓଡ଼ିଶି ସିଟି କାର୍ଡକୁ ଉନ୍ମୋଚନ କରାଯାଇଛି । ଏହି କ୍ରୀଡ଼ା ମହାଉତ୍ସବକୁ ଦେଖିବା ପାଇଁ ଆସିବାକୁ ଥିବା ହଜାର ହଜାର ପର୍ଯ୍ୟଟକଙ୍କ ଅନୁଭୂତିରେ ଉନ୍ନତି ଆଣିବା ହେଉଛି ଅଭିଯାନର ଲକ୍ଷ୍ୟ, ସେମାନେ ଏହା ଜରିଆରେ ଫ୍ଲିଟ୍ ପରିବହନ ନେଟୱର୍କରେ ଟିକଟ୍ ବୁକିଙ୍ଗ କରିପାରିବା ସହ ଖୁଚୁରା କିଣାକିଣି ମଧ୍ୟ କରିପାରିବେ ।
ଏହି ଅଭିଯାନ ଜରିଆରେ ଭୁବନେଶ୍ୱର ବିଶ୍ୱର ସେହି ଇଲାଇଟ୍ ଆନ୍ତର୍ଜାତିକ ସହର ତାଲିକାରେ ସାମିଲ ହୋଇଯିବ ଯେଉଁମାନେ ସହରରେ ଭିତରେ ବିଭିନ୍ନ ପ୍ରକାର ସେବା ନିମନ୍ତେ ନିରବଚ୍ଛିନ୍ନ ପେମେଂଟ୍ କରିବା ପାଇଁ ସହରର ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଏକ କମନ୍ ପେମେଂଟ୍ କାର୍ଡ ପ୍ଲାଟଫର୍ମ ପ୍ରଦାନ କରିଛନ୍ତି । ଆନ୍ତର୍ଜାତିକ ତୁଳନାରେ ଓଡ଼ିଶି ସିଟି କାର୍ଡ ଭିନ୍ନ କାରଣ ଏହାକୁ କେବଳ ଭୁବନେଶ୍ୱର ଭିତରେ ପେମେଂଟ୍ ପାଇଁ ନୁହେଁ ବରଂ ସାରା ଦେଶରେ ଥିବା ପିଓଏସ୍ ମେସିନ୍ ଓ ଇ-କମର୍ସ ୱେବସାଇଟ୍ରେ ପେମେଂଟ୍ ପାଇଁ ବ୍ୟବହାର କରାଯାଇପାରିବ ।
ଏହି ନୂତନ ସେବା ବିଷୟରେ ନବୀନ ପଟ୍ଟନାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା କହିଛନ୍ତି ଯେ, “ଏକ ସାଧାରଣ ସହର ପେମେଂଟ୍ ବ୍ୟବସ୍ଥା ବିକଶିତ କରିବା ଲକ୍ଷ୍ୟ ନେଇ ଓଡ଼ିଶି ସିଟି କାର୍ଡକୁ ଉନ୍ମୋଚନ କରାଯାଇଛି ଯାହା ଜରିଆରେ ଭୁବନେଶ୍ୱରରେ ଅନେକ ପ୍ରକାର ନାଗରିକ ଭିତିକ ସେବା ପାଇଁ ନଗଦ ବିହୀନ କାରବାର କରାଯାଇପାରିବ । ଏହା ଜାଣି ମୁଁ ବହୁତ ଖୁସି ଯେ ଏହି କାର୍ଡ ଉନ୍ମୋଚନ କରିବା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ରାଜ୍ୟ ସରକାରଙ୍କ ସହ ସହଯୋଗିତା ସ୍ଥାପନ କରିଛି ଯାହା ସହର ବାସିନ୍ଦାମାନଙ୍କୁ ବିଭିନ୍ନ ପ୍ରକାର ଉଲ୍ଲେଖନୀୟ ସହଜତା ପ୍ରଦାନ କରିବ । ସୁଦୃଢ ସହଯୋଗିତା ଜରିଆରେ ପ୍ରଯୁକ୍ତିର ଲାଭକୁ ପ୍ରଦାନ କରିବା ଦିଗରେ ଏହି କାର୍ଡ ହେଉଛି ଏକ ପଦକ୍ଷେପ ଯାହା ଆମକୁ ଏକ ଡିଜିଟାଲ୍ ପେମେଂଟ୍ ବ୍ୟବସ୍ଥା ସୃଷ୍ଟି କରିବାରେ ସହାୟକ ହୋଇଛି ।’’
ଶ୍ରୀଯୁକ୍ତ ଅନୁପ ବାଗ୍ଚି, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ, “ଆଇସିଆଇସିଆଇ ବ୍ୟାଙ୍କ ସବୁ ବେଳେ ଅଗ୍ରଣୀ ଡିଜିଟାଲ୍ ସମାଧାନ ପ୍ରଦାନ କ୍ଷେତ୍ରରେ ଅଗ୍ରଦୂତ ସାଜିଛି ଯାହାର ଲକ୍ଷ୍ୟ ହେଉଛି ଆମର ଗ୍ରାହକଙ୍କୁ ସରଳତା ଓ ସୁବିଧା ପ୍ରଦାନ କରିବା । ‘ଓଡ଼ିଶି’ ସିଟି କାର୍ଡ ଆଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ବହୁତ ଖୁସି ।
ଏହି ନୂତନ ବ୍ୟବସ୍ଥା ଭୁବନେଶ୍ୱରର ପାଖାପାଖି ୧ ନିୟୁତ ବାସିନ୍ଦାଙ୍କୁ ଅତୁଳନୀୟ ସହଜତା ପ୍ରଦାନ କରିବ ଓ ସହରକୁ ଏକ ସ୍ମାର୍ଟ ସିଟିରେ ପରିଣତ କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ଦେଶରେ ଏକ କମ୍ ନଗଦ ଅର୍ଥ ବିଶିଷ୍ଟ ପରିବେଶ ସୃଷ୍ଟି କରିବା ପାଇଁ ଆମର ଜାରି ରହିଥିବା ଉଦ୍ୟମର ଏହା ଏକ ପ୍ରତିଫଳନ, ଫଳରେ ଆମେ ଆମର ଗ୍ରାହକଙ୍କୁ ଡିଜିଟାଲ୍ ମାଧ୍ୟମରେ ପେମେଂଟ୍ ଗ୍ରହଣୀୟ କରିବାକୁ ଉତ୍ସାହିତ କରିପାରିବୁ । ଆମେ ଓଡ଼ିଶା ସରକାରଙ୍କ ସହ ଏଭଳି ଆହୁରି ଅଧିକ ସହଯୋଗିତା ସ୍ଥାପନ କରିବାକୁ ଚାହୁଛୁ ଯାହା ଆମର ମୂଲ୍ୟବାନ ଗ୍ରାହକଙ୍କୁ ନମନିୟତା ଓ ସହଜତା ପ୍ରଦାନ କରିବ ।’’
ଓଡ଼ିଶି ସିଟି କାର୍ଡ ଜରିଆରେ ବାସିନ୍ଦାମାନେ ଟିକସ ଓ ୟୁଟିଲିଟି ବିଲ୍: ବିଏମ୍ସିକୁ ପାଣି ବିଲ୍, ସଂପତି ଟିକସ ଓ ଟ୍ରେଡ୍ ଲାଇସେନ୍ସ ଫି’ ଆଦି ପେମେଂଟ୍ କରିପାରିବେ, ଖୁଚୁରା ଓ ଇ-କମର୍ସ କାରବାର: ଖୁଚୁରା ଷ୍ଟୋର୍ରୁ ସାମଗ୍ରୀ କିଣିପାରିବେ, ସିନେମା ଟିକଟ ପାଇଁ ପେମେଂଟ୍ କରିପାରିବେ, ବାହାରେ ଖାଇବା, ସପିଙ୍ଗ୍ କରିବା ଓ ସାରା ଦେଶରେ ଇ-କମର୍ସ ୱେବସାଇଟ୍କୁ ବ୍ୟବହାର କରିପାରିବେ । ପାର୍କିଂ ଫି’: ବିଏମ୍ସିର ପେ ଆଣ୍ଡ୍ ପାର୍କ ସ୍ଥାନରେ ଫି’ ପେମେଂଟ୍, ସହର ଭିତିକ ପରିବହନ: ବ୍ୟବହାରକାରୀମାନେ ସେଂଟ୍ରାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ସର୍ଭିସେସ୍ (କ୍ରୁଟ୍) ଅଧିନ ସମସ୍ତ ଟ୍ରାନ୍ଜିଟ୍ ନେଟ୍ୱର୍କରେ ବସ୍ ଚଳାଚଳ ପାଇଁ ନଗଦ ବିହୀନ ପେମେଂଟ୍ କରିପାରିବେ ।
ଭୁବନେଶ୍ୱର ଉନ୍ନୟନ ନିଗମ (ବିଡିଏ) ଓ ପବ୍ଲିକ୍ ହେଲଥ ଇଞ୍ଜିନିୟର ଅର୍ଗାନାଇଜେସନ୍ (ପିଏଚ୍ଇଓ)ର ମିଳିତ ସହଯୋଗରେ ବିଏମ୍ସି ପକ୍ଷରୁ ୨୫ଟି ମାଇ ଓଡିଶି ସେଂଟରରେ ସ୍ଥାପନ କରାଯାଇଥିବା କାଉଂଟର୍ରେ ୫୦ ଟଙ୍କାର ଇସ୍ୟୁ ଫି’ରେ ଏହା ଉପଲବ୍ଧ ହେଉଛି ଓ ଏହାର ବୈଧତା ହେଉଛି ୫ ବର୍ଷ । ଏହି କାର୍ଡରେ କୌଣସି ବାର୍ଷିକ କିମ୍ବା ନବୀକରଣ ଫି’ ଲାଗୁ ହୁଏନାହିଁ । ଗ୍ରାହକମାନେ ଏକ ଆବେଦନ ଫର୍ମ ପୂରଣ କରି ଯେଉଁଥିରେ ନାମ, ଜନ୍ମ ତିଥି, ମୋବାଇଲ୍ ନମ୍ବର ଓ ଠିକଣା ଆଦି ଦେଇ ଓଡ଼ିଶି କାର୍ଡ ପାଇଁ ଆବେଦନ କରିପାରିବେ । ଫର୍ମ ଦାଖଲ ହୋଇଯିବା ପରେ ଏକ ଓଟିପି ସେମାନଙ୍କ ପଂଜୀକୃତ ମୋବାଇଲ୍ ନମ୍ବରରେ ପହଂଚିବ । ଓଟିପି ସ୍ୱୀକୃତି ମିଳିବା ପରେ ଗ୍ରାହକଙ୍କୁ ତକ୍ରାଳ କାର୍ଡ ପ୍ରଦାନ କରାଯିବ ।
ଏକ ଡିଜିଟାଲ୍ ପରିବେଶ ସୃଷ୍ଟି କରିବା ପାଇଁ ସରକାର କରୁଥିବା ଉଦ୍ୟମ ଅନୁଯାୟୀ ଖୁବଶୀଘ୍ର ଏହି କାର୍ଡ ପାଇଁ ଅନଲାଇନ୍ରେ ପେମେଂଟ୍ ହୋଇପାରିବ । ବ୍ୟାଙ୍କ ତରଫରୁ ବିକଶିତ କରାଯିବାକୁଥିବା ଏକ ସମନ୍ୱିତ ଗ୍ରାହକ ପୋର୍ଟାଲ୍ରେ ସେମାନେ ଲଗ୍ ଇନ୍ କରିପାରିବେ । ଥରେ ଆବେଦନ କରିପବା ପରେ, ଗ୍ରାହକଙ୍କୁ ଏକ ସ୍ୱତନ୍ତ୍ର ରେଫରେନ୍ସ ନମ୍ବର ମିଳିବ ଯାହାକୁ ସେମାନଙ୍କ ବ୍ୟବହାର କରି କାଉଂଟର୍ରୁ କାର୍ଡ ସଂଗ୍ରହ କରିପାରିବେ । ଏହି ଗ୍ରାହକ ପୋର୍ଟାଲ୍ ଜରିଆରେ କାର୍ଡ ବ୍ୟବହାରକାରୀମାନେ କାର୍ଡର ବାଲାନ୍ସ, ଆକାଉଂଟ୍ ବିବରଣୀ ଓ ଖର୍ଚର ଷ୍ଟେଟ୍ମେଂଟ୍ ଇତ୍ୟାଦି ଦେଖିପାରିବେ ।
ଗ୍ରାହକମାନେ ଏହି କାର୍ଡକୁ କାଉଂଟର୍ରେ ନଗଦ ଟଙ୍କା ଦେଇ କିମ୍ବା ଅନଲାଇନ୍ ଗ୍ରାହକ ପୋର୍ଟାଲ୍ ଜରିଆରେ ରିଚାର୍ଜ କରିପାରିବେ । ଓଡ଼ିଶି କାର୍ଡ ରିଚାର୍ଜ ଓ ଇସ୍ୟୁ କରିବା ପାଇଁ ଖୁବ୍ଶୀଘ୍ର ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବିଏମ୍ସି ସହିତ ମିଶି ସାରା ସହରରେ ୩୦୦ ଅତିରିକ୍ତ କାଉଂଟର୍ ସ୍ଥାପନ କରାଯିବ ।
ପ୍ରତି କାର୍ଡ ଗ୍ରାହକଙ୍କୁ କାର୍ଡ ଜାରି କରିବାର ବର୍ଷକ ଭିତରେ ସମ୍ପୂର୍ଣ୍ଣ କେୱାଇସି ଗ୍ରାହକରେ ପରିଣତ କରାଯିବ ଯାହା ବ୍ୟବହାରକାରୀଙ୍କୁ ମାସିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଚ୍ଚ ସୀମା ପ୍ରଦାନ କରିବ ।
Share

Leave a Reply

Your email address will not be published. Required fields are marked *

eight + 9 =