ନବୀନ ଯୁବ ନେତାଙ୍କ ପାଇଁ ପ୍ରେରଣା

ଭୁବନେଶ୍ୱର () ବିପର୍ଯ୍ୟୟ ମୁକାବିଲାରେ ନବୀନ ଏକ ନମ୍ବର । କରୋନା ମୁକାବିଲାରେ ମଧ୍ୟ ନବୀନ ସାଜିଛନ୍ତି ମାର୍ଗଦର୍ଶକ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟ ଶୈଳୀ ଏବେ ଦେଶର ଯୁବ ନେତାଙ୍କ ପାଇଁ ହୋଇଛି ପ୍ରେରଣା । ଏକଥା ଖୋଦ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗମୋହନ ରେଡ୍ଡୀ କହିଛନ୍ତି । ପ୍ରବାସୀ ଓଡିଆଙ୍କ ଓଡିଶା ପ୍ରତ୍ୟାବର୍ତନ ନେଇ ଭିଡିଓ କନଫରେନସିିଂରେ ଆଲୋଚନା ବେଳେ ସେ କହିଛନ୍ତି ଯେ, ଆପଣ ଆମ ଭଳି ଯୁବକଙ୍କ ପାଇଁ ପ୍ରେରଣାଦାୟୀ ।

କରୋନା ମୁକାବିଲା ରଣନୀତି ହେଉ କି ବାହାର ରାଜ୍ୟରେ ଫସିଥିବା ଓଡିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନ । ସବୁଠି ନବୀନ ସାରା ଦେଶକୁ ଦେଉଛନ୍ତି ମାର୍ଗଦର୍ଶନ । ଆଜି ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପ୍ରବାସୀ ଓଡିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନ ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନଙ୍କ କରୋନା ମୁକାବିଲା ରଣନୀତିକୁ ପ୍ରଶଂସା କରିଛନ୍ତି । କରୋନା ମୁକାବିଲା ପାଇଁ ସାମାଜିକ ଦୂରତାରୁ ଆରମ୍ଭ କରି ପ୍ରବାସୀଙ୍କ ପ୍ରତ୍ୟାବର୍ତନ ପାଇଁ ଜାତୀୟ ସ୍ତରରେ ଏସଓପି ପ୍ରସ୍ତୁତ ପର୍ଯ୍ୟନ୍ତ । ସବୁଠି ନବୀନ ସାରା ଦେଶ ପାଇଁ ସାଜିଛନ୍ତି ଉଦାହାରଣ । ଏପରିକି କୋଭିଡ ହସ୍ପିଟାଲ ପ୍ରତିଷ୍ଠାରେ ମଧ୍ୟ ଓଡିଶା ନମ୍ବର ୱାନ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ଦୃଢତାର ସହ ମୁକାବିଲା କରିଥିବା ବେଳେ ଏବେ ପ୍ରବାସୀ ଓଡିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନ ନେଇ ଚଳାଇଛନ୍ତି ଉଦ୍ୟମ । ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛନ୍ତି । ଆଜି ଏହି କ୍ରମରେ ସେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେଇଥିଲେ । ଓଡିଶାର ୧୯୧୪ଜଣ ଓଡିଆ ଫେରିବାକୁ ପଂଜିକରଣ କରିଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଲୋଚନା ବେଳେ ସୂଚନା ଦେଇଛନ୍ତି । ପ୍ରବାସୀଙ୍କୁ ଫେରିବାକୁ ସମସ୍ତ ପ୍ରକାର ସହୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଏନେଇ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ।

ସେହିଭଳି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରବାସୀଙ୍କ ଓଡିଶା ପ୍ରତ୍ୟାବର୍ତନ ନେଇ ସବୁ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି । କରୋନା ମୁକାବିଲା ନେଇ ରାଜ୍ୟ ସରକାର ଅନେକ ପଦଖେପ ନେଇଛନ୍ତି । ତେଣୁ ଯେଉଁମାନେ ରହିବାକୁ ଚାହୁଁଛନ୍ତି ସେଠାରେ ସେମାନେ ରହି କାମ କରିପାରିବେ । କର୍ଣ୍ଣାଟକାରୁ ପାଖାପାଖି ୫୦ହଜାର ଓଡିଆ ଫେରିବାକୁ ଆବେଦନ କରିଛନ୍ତି । ଓଡିଶା ଫେରିବାକୁ ଆଗ୍ରହୀ ରାଜ୍ୟ ସରକାରଙ୍କ କୋଭିଡ ଅନଲାଇନ ପୋର୍ଟାଲରେ ପଂଜିକରଣରେ ସହଯୋଗ କରିବାକୁ ଉଭୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରପେଟ୍ରୋଲିୟମ ମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ।

ପୂର୍ବରୁ ନବୀନ ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରବାସୀ ଓଡିଆଙ୍କ ପ୍ରତ୍ୟାବର୍ତନ ନେଇ ଆଲୋଚନା କରିଥିଲେ । ଏହାପରେ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଆଜି ଉଭୟ ଆନ୍ଧ୍ର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନବୀନଙ୍କ କରୋନା ମୁକାବିଲା ରଣନୀତିକୁ ପ୍ରଶଂସା କରିବା ସହ ଏଦିଗରେ ଓଡିଶା ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ସାଜିଥିବା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four + 2 =