ବାତ୍ୟା ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ବାତ୍ୟା ପ୍ରଭାବିତଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କ୍ଷତିପୂରଣ ପ୍ୟାକେଜ ଘୋଷଣା କରିଛନ୍ତି । ପୁରୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖୋର୍ଦ୍ଧାର କିଛି ଅଂଚଳ ମଧ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । କଟକ, କେନ୍ଦ୍ରାପଡା, ଜଗତସିଂହପୁର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ପୁରୀ ଓ ଖୋର୍ଦ୍ଧାରେ ଅତି ଭୀଷଣ (extreme severe) ଭାବେ ବାତ୍ୟା କ୍ଷତିଗ୍ରସ୍ତ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ  ଅତିରିକ୍ତ 50 କେଜି ଚାଉଳ, 2000 ଟଙ୍କା ଆର୍ଥିକ ସହାୟତା ଓ ପଲିଥିନ ଯୋଗାଇ ଦିଆଯିବ । ବାତ୍ୟାରେ ଅତି (severe) କ୍ଷତିଗ୍ରସ୍ତ ହୋଇଥିବା ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଏକ ମାସର ଅତିରିକ୍ତ ଚାଉଳ ଓ ପଲିଥିନ ଯୋଗାଇଦିଆଯିବା ।

କଟକ, କେନ୍ଦ୍ରାପଡା ଓ ଜଗତସିଂପୁର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ 500 ଟଙ୍କା ଆର୍ଥିକ ସହାୟତା ଓ ଏକ ମାସର ଆତିରିକ୍ତ ଚାଉଳ କୋଟା ପ୍ରଦାନ କରାଯିବ । ସବୁ ବାତ୍ୟା ପ୍ରଭାବିତ ଅଂଚଳର କ୍ଷତିଗ୍ରସ୍ତ ଲୋକଙ୍କୁ ଗୋଟେ ମାସର ଅତିରିକ୍ତ ପେନସନ ଓ ଘରଭଙ୍ଗା ସହାୟତା ପ୍ରଦାନ କରାଯିବ । ରିଲିଫ କୋଡ଼ ଅନୁଯାଇ, ସମ୍ପୂର୍ଣ ଘର ଭାଙ୍ଗିଥିଲେ 95100 ଟଙ୍କା, ଆଂଶିକ ଘର ଭାଙ୍ଗିଥିଲେ 5200 ଟଙ୍କା ଓ ସାମାନ୍ୟ ଘର ଭଙ୍ଗା ସହାୟତା ଭାବେ 3200 ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସମ୍ପୂର୍ଣ ଘର ଭାଙ୍ଗିଥିଲେ ଗୃହ ନିର୍ମାଣ ଯୋଜନାରେ ସେସବୁର ପୁନଃନିର୍ମାଣ କରାଯିବ । କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଓ ପଶୁ ସମ୍ପଦ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ କରାଯିବ । ରିଲିଫ ଓ ପୁନଃଉଦ୍ଧାର କାର୍ଯ୍ୟ ପରେ ବୃକ୍ଷ ରୋପଣ କାର୍ଯ୍ୟକୁ ମିଶନ ମୋଡ଼ରେ ଆରମ୍ଭ ହେବ । ସେହିଭଳି ଆଜି ସୁଦ୍ଧା ପୁରୀରେ 70 ପ୍ରତିଶତ ଓ ଭୁବନେଶ୍ୱରରେ 40 ପ୍ରତିଶତ ଅଂଚଳରେ ପାନୀୟ ଜଳ ଯୋଗାଣର ପୁନଃସ୍ଥାପିତ ହୋଇଛି । ବାତ୍ୟାରେ ମୃତାହାତଙ୍କ ସମ୍ପର୍କରେ ଏବେସୁଧା କୌଣସି ସୂଚନା ଆସିନି ବୋଲି ସେ କହିଛନ୍ତି । ଏଥିସହ କ୍ଷୟକ୍ଷତିର ଆକଳନ ଚାଲିଛି । ବିଦ୍ୟୁତ ସଂଯୋଗର ପୁନଃସଂସ୍ଥାପନ କାର୍ଯ୍ୟକୁ ଅତି ସାବଧାନତାର ସହ କରାଯିବ । କାରଣ ଏବେବି ବିଦ୍ୟୁତ ତରରେ ଗଛ ଡାଳ ପଡିରହିଛି ।

Share

Leave a Reply

Your email address will not be published. Required fields are marked *

two × 3 =