ଆମ୍ବୁଲାନ୍ସ ପାଇଁ ମୁଖ୍ୟମନ୍ତ୍ରୀ ଅଟକାଇଲେ ନିଜ କାରକେଡ଼

ଭୁବନେଶ୍ୱର () ରବିବାର, ସମୟ ସନ୍ଧ୍ୟା 7ଟା 45 । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ ନିବାସ ଫେରୁଥିଲେ ।  ରୁଟ ପ୍ଲାନିଂ ଅନୁଯାଇ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ ଦେଇ ନବୀନ ନିବାସ ଯାଇଥାନ୍ତେ । ମୁଖ୍ୟମନ୍ତ୍ରୀଙ୍କ କରକେଡର ପେଟ୍ରୋଲିଂ ଗାଡି ଦେଖି ଟ୍ରାଫିକ ଦାୟିତ୍ୱରେ ଥିବା କର୍ମଚାରୀ ସତର୍କ ହୋଇଯାଇଥିକେ । ପ୍ରଥମ ପେଟ୍ରୋଲିଂ ଗାଡି ବି ଛକ ଅତିକ୍ରମ କରିଯାଇଥିଲା । ହେଲେ ହଠାତ ମୁଖ୍ୟମନ୍ତ୍ରୀଙ୍କ ଗାଡି ଓ ତାଙ୍କ କରକେଡ ଅଟକିଗଲା ।

ମୁଖ୍ୟମନ୍ତ୍ରୀଙ୍କ ଗାଡି ଅଟକିବା ସାଧାରଣ ଯାତ୍ରୀ ପାଇଁ ଅବାଭାବିକ ହୋଇପାରେ । କିନ୍ତୁ ଏହି ଭିଡିଓକୁ ଦେଖିଲେ ମୁଖ୍ୟମନ୍ତ୍ରୀ କେତେ ସମ୍ବେଦନଶୀଳ ତାହା ସ୍ପଷ୍ଟ ବୁଝାପଡିବ । ମୁଖ୍ୟମନ୍ତ୍ରୀ ଅଟକିବାର କାରଣ ଥିଲା ଏକ ଆମ୍ବୁଲାନ୍ସ । ଆମ୍ବୁଲାନ୍ସଟି ଏକ ରୋଗୀକୁ ନେଇ କ୍ୟାପିଟାଲ ହସ୍ପିଟାଲ ଯାଉଥିଲା । ଆମ୍ବୁଲାନ୍ସର ସାଇରନ ଶୁଣି ଅଟକିଗଲେ ମୁଖ୍ୟମନ୍ତ୍ରୀ । ତାଙ୍କ ପେଟ୍ରୋଲିଂ ଗାଡି ଓ କାରକେଡ ବି ଅଟକିଗଲା । ଆମ୍ବୁଲାନ୍ସ ଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଆଗକୁ ଗଡ଼ିଲା । 

ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଆମ୍ବୁଲାନ୍ସକୁ ବାଟ ଛାଡୁନଥିବାର ଖବର ଆସୁଛି । ମୁଖ୍ୟମନ୍ତ୍ରୀ ଏଥିପାଇଁ ସଚେତନ ହେବାକୁ ଲୋକଙ୍କୁ ଅପିଲ କରିଛନ୍ତି । ହେଲେ ଘରର ମୁଖିଆ ଭାବେ ନିଜେ ନିଜ ଅପିଲକୁ ମାନି ଲୋକଙ୍କ ପାଇଁ ଉଦାହରଣର ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ । 

Share

Leave a Reply

Your email address will not be published. Required fields are marked *

sixteen + 1 =