ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର() ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇ ଏହି ପବିତ୍ର ବନ୍ଧନ ଆହୁରି ନିବିଡ଼ ହେଉ, ବାର୍ତ୍ତାରେ ଜଣାଇଛନ୍ତି।

ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ବଳଭଦ୍ର ଜନ୍ମ ନୀତି। ସର୍ବ ବୃହତ ରାକ୍ଷୀ ପିନ୍ଧିବେ ମହାପ୍ରଭୁ। ଏହି ଅବସରରେ ପାଟରା ସେବକ ପବିତ୍ର ପଟ ବସ୍ତ୍ରରେ ସୁବର୍ଣ୍ଣ ଖଚିତ ଗୁଆ ରାକ୍ଷୀ ଏବଂ ଗୁଆର ମାଳି ମହାପ୍ରଭୁଙ୍କୁ ଲାଗି ହୋଇଥାଏ। ଏହି ପବିତ୍ର ନୀତି ଶ୍ରାବଣ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଭୋଗ ମଣ୍ଡପ ପରେ ଶ୍ରୀଜୀଉ ମାନଙ୍କର ମଇଲମ ହୋଇ ମହାସ୍ନାନ ହୋଇଥାଏ। ପରେ ମହାପ୍ରଭୁମାନେ ନୂତନ ବସ୍ତ୍ର ପରିଧାନ କରିବା ପରେ ପାଳିଆମାନେ ମହାପ୍ରଭୁଙ୍କ ଶ୍ରୀଭୁଜରେ ପବିତ୍ର ରାକ୍ଷୀ ବାନ୍ଧିଥାନ୍ତି।

Share

Leave a Reply

Your email address will not be published. Required fields are marked *

nineteen − 13 =