ଏଣିକି ପ୍ରତିବର୍ଷ ସିଟି ଫେଷ୍ଟିଭାଲ

ଭୁବନେଶ୍ୱର () ବଲିଉଡର ଯାଦୁକାରୀ ସିଙ୍ଗରଙ୍କ ସଂଗୀତରେ ଦୁଲୁକୁଥିବା ପ୍ରଦର୍ଶନୀ ପଡିଆ ଆଜି ଦର୍ଶକଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଛି । ଶାନଙ୍କ ସମ୍ମୋହନକାରୀ ସଙ୍ଗୀତ ସାଙ୍ଗକୁ ବେଙ୍ଗଳୀ ଗାୟିକା ଜୁନ ବାନାର୍ଜୀଙ୍କ ଲୋକପ୍ରିୟ ସଙ୍ଗୀତ ତମା ତମା ଏବଂ ୟେ ଦିଲ ହେଁ ମୁସ୍କିଲ ଉପସ୍ଥିତ ଦର୍ଶକଙ୍କୁ ଆନମନା କରିଥିଲା ।

ଆଜିର ସିଟି ଫେଷ୍ଟିଭାଲରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରିୟଦର୍ଶୀ ମିଶ୍ର ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତିବର୍ଷ ଏହିଭଳି ସିଟି ଫେଷ୍ଟିଭାଲ ଆୟୋଜିତ ହେବ । ଶାନ କହିଥିଲେ ଯେ, ପ୍ରତିବର୍ଷ ସିଟି ଫେଷ୍ଟିଭାଲର ଆୟୋଜନ କରିବାକୁ ଘୋଷଣା ତାଙ୍କୁ ଆନନ୍ଦିତ କରିଛି । ଏହାଦ୍ୱାରା ପ୍ରତି କଳାକାର ନିଜ ସୃଜନଶୀଳତା ପ୍ରଦର୍ଶନର ସୁଯୋଗ ପାଇବେ । ସ୍ମାର୍ଟ ସିଟିର ସୌନ୍ଦର୍ଯ୍ୟ ଏବଂ ଉପସ୍ଥିତ ଦର୍ଶକଙ୍କ ସ୍ନେହ ତାଙ୍କ ପାଇଁ ଅଭୁଲା ହୋଇ ରହିବ । ପ୍ରାୟ 40 ହଜାର ଦର୍ଶକଙ୍କ ସମାଗମ ତାଙ୍କୁ ଆତ୍ମହରା କରିଥିଲା ।

ଶାନଙ୍କ ଲୋକପ୍ରିୟ ସଙ୍ଗୀତ ଡ଼ନ, ଚାନ୍ଦ ସିଫାରିଶ, ତନହା ଦିଲ ଆଦି ଗୀତ ପୂରା ପରିବେଶକୁ ମନୋରମ କରିଥିଲା । ପବ୍ଲିକ ଡିମାଣ୍ଡରେ ଶାନ ଆଉ କିଛି ସୁପର ହିଟ ଗୀତ ପରିବେଷଣ କରିଥିବା ବେଳେ ଜୁନଙ୍କ ସହ ଡୁଏଟ ଦର୍ଶକଙ୍କୁ ରୋମାଂଚିତ କରିଥିଲା। ଆସନ୍ତାକାଲି ସିଟି ଫେଷ୍ଟିଭାଲରେ ଯୋଗଦେବେ ଋତୁରାଜ ।

Share

Leave a Reply

Your email address will not be published. Required fields are marked *

17 + seventeen =