ଆଜି ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଥିବା କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଏ ବର୍ଷ ବିନା ଭକ୍ତରେ ନିରାଡ଼ମ୍ବର ଭାବରେ ପାଳିତ ହେବ । ସମ୍ପୂର୍ଣ୍ଣ କରୋନା କଟକଣାରେ ସମ୍ପନ୍ନ ହେବ ଯାତ୍ରା । ଏ ବର୍ଷ ବଳିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ତେବେ ଭୟ ଓ ଆଶଙ୍କାରେ ରହିଛନ୍ତି ଭକ୍ତ ।  କେବଳ ପରମ୍ପରାକୁ ବଜାୟ ରଖିବାକୁ ଜିଲ୍ଲା ପ୍ରଶାସନ ଛତର ଯାତ୍ରା ପାଇଁ ଜାରି କରିଛନ୍ତି ଗାଇଡ୍‌ଲାଇନ । ଆଜି ମାଣିକେଶ୍ୱରୀ ପୀଠ ଠାରୁ ୩ କିମି ଦୂରରେ ଥିବା ଜେନାଖାଲ ଠାରୁ ମାଁଙ୍କ ଛତର ମନ୍ଦିର ଅଭିମୁଖେ ଯାତ୍ରା କରିବ । ଏହି ଯାତ୍ରାରେ ପ୍ରତିବର୍ଷ ମାଁଙ୍କ ଛତରକୁ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ପ୍ରାୟ ଶହ ଶହ ପଶୁ ପକ୍ଷୀ ବଳୀ ଦିଆଯାଥାଏ ।

ଏହାକୁ ଆଖି ଆଗରେ ରଖି ମହାମାରୀ କରୋନା ଯୋଗୁଁ କଟକଣା ଲଗାଯାଇଛି ।  କରୋନା କଟକଣା ପାଇଁ ଚଳିତ ବର୍ଷ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ। ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ମଧ୍ୟରାତ୍ରିରୁ ବୁଧବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି। ଛତର ଯାତ୍ରା ପାଇଁ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।  ଏନେଇ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଚିକିତ୍ସା ପାଇଁ ଲୋକଙ୍କୁ ସହର ମଧ୍ୟରୁ ଆସିବାକୁ ଅନୁମତି ଦିଆଯିବ । ୪ ଜଣରୁ ଅଧିକ ଲୋକ କୌଣସି ସ୍ଥାନରେ ଏକାଠି ହୋଇ ପାରିବେନି । ମାଁ ମାଣିକେଶ୍ୱରୀଙ୍କ ଛତରଯାତ୍ରାର ରୀତି ନୀତି କରୋନା କଟକଣା ମଧ୍ୟରେ ସମ୍ପନ୍ନ କରାଯିବ ।

ଭକ୍ତମାନେ ଘରେ ବସି ଦୂରଦର୍ଶନ ମାଧ୍ୟମରେ ମାଁଙ୍କ ଛତରଙ୍କୁ ଦର୍ଶନ କରିବେ । ପୁଲିସ ଛାଉଣୀରେ ସହର ଭରିଯାଇଛି । ନିଜ ନିଜ ମାନସିକ ପୂରଣ ପାଇଁ ଭକ୍ତମାନେ କେମିତି ଛତର ଯାତ୍ରାରେ ବଳି ପକାଇବେ ସେ ନେଇ ଚିନ୍ତିତ ହୋଇ ପଡିଛନ୍ତି । ସହର ମଧ୍ୟକୁ ବାହାର ଅଞ୍ଚଳର କୌଣସି ବି ଲୋକଙ୍କୁ ଆସିବାକୁ ବାରଣ କରାଯାଇଛି । ଭବାନୀପାଟଣା ସହରର ୪ ଜଣରୁ ଅଧିକ ଲୋକ ଏକାଠି ହେବାନେଇ ପ୍ରତିବନ୍ଧକ ଲଗାଯାଇଛି । ପୁଲିସ ପକ୍ଷରୁ ଭବାନୀପାଟଣା ସହରର ୪୦ଟି ସ୍ଥାନରେ ବ୍ୟାରିକେଡ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

10 − 2 =