ବଦଳିଲେ ଶ୍ରୀମନ୍ଦିର ନୀତିପ୍ରଶାସକ

ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ ସ୍ତରରେ ଆଜି ଏକ ଅଦଳବଦଳ ହୋଇଛି ।ଏଥିରେ ରାଜ୍ୟ ସରକାର ୧୫ ଓଏଏସ ଅଧିକାରୀଙ୍କୁ ବଦଳି କରିଛନ୍ତି ।ଏଥିରେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସଙ୍କୁ ବଦଳି କରାଯାଇ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ କୃଷି ବିଭାଗର ଅତିରିକ୍ତ ସଚିବ ବିଶ୍ୱଜିତ ବିଶ୍ୱାଳଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକଭାବେ ଅବସ୍ଥାପିତ କରାଯାଇଛି । ସିଡିଆଇ ଥିବା ରବୀନ୍ଦ୍ରନାଥ ମିଶ୍ରଙ୍କୁ କଟକ ଉନ୍ନୟନ କତୃପକ୍ଷ ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଘଟଗାାଁ ପୁର୍ବତନ ତହସିଲଦାର୍ ପ୍ରମୋଦ ପୃଷ୍ଟିଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ଅବସ୍ଥାପିତ କରାଯାଇଛି । ତାସହ ନବରଙ୍ଗପୁର ଆଇଟିଡିଏର ପୁର୍ବତନ ପିଏ ନାରାୟଣ ମୁର୍ମୁଙ୍କୁ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ମସô୍୍ୟ ଓ ପଶୁସମ୍ପଦ ଅତିରିକ୍ତ ସଚିବ ବିଶ୍ୱମୋହନ ରାୟଙ୍କୁ ଓଡିଶା କ୍ଷୁଦ୍ରଶିଳ୍ପ ମ୍ୟାନେଜର ଭାବେ ଅବସ୍ଥାପିତ କରାଯାଇଛି

Share

Leave a Reply

Your email address will not be published. Required fields are marked *

eighteen − eight =