୨୪ଘଣ୍ଟା ଖୋଲା ରହିବ ଛତ୍ରବଜାର ଓ ମାଲଗୋଦାମ

କଟକ, () କରୋନା ପାଇଁ ରାଜ୍ୟର କେତେକ ଜିଲ୍ଳା ସହ ସହର ଲକ୍ ଡାଉନ ରହିଛି । ଏହାସହ କେବଳ ଜରୁରୀ ଓ ଆବଶ୍ୟକୀୟ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି । ଏହାସହ ସବୁ ମାର୍କେଟ ସନ୍ଧ୍ୟା ୬ଟା ପରେ ଖୋଲା ନରଖିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ୨୪ଘଣ୍ଟା କଟକର ଛତ୍ରବଜାର ଓ ମାଲଗୋଦାମ ଖୋଲା ରହିବା ନେଇ ସୂଚନା ମିଳିଛି । ୩ଟି ୮ଘଣ୍ଟିଆ ସିଫ୍ଟରେ ଖୋଲା ରଖିବାକୁ ବ୍ୟବସାୟୀ ସଙ୍ଘ ରାଜି ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରିବା ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କରୋନା ସତର୍କତା ନେଇ ହୋଇଥିବା ଲକ୍ ଡାଉନ ଦୃଷ୍ଟିରୁ ୨ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବା ନେଇ ନିଷ୍ପତ୍ତି ନିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ସାରା ବିଶ୍ୱରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ସୂଚନା ଦେଇଛି ଆଇସିଏମଆର୍ । ଏହାସହ କରୋନା ଯୋଗୁ ଦେଶରେ ୮ଜଣ ପ୍ରାଣ ହରାଇ ସାରିଲେଣି । ଦେଶର ମହାରଷ୍ଟ୍ର ଓ କେରଳରେ କରୋନା ନେଇ ଅଧିକ ପ୍ରଭାବିତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

12 + thirteen =