୨୪ ତାରିଖରୁ ଛତର ଯାତ୍ରା, ଯାତ୍ରା ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭବାନୀପଟଣା()  କଳାହାଣ୍ଡି ଜିଲା ଭବାନୀପାଟଣାରର ଅଧିଷ୍ଠାତ୍ରୀ ଦେବା ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ୨୪ ତାରଖ କରାଯିବ । ଜନଗହଳିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କରୋନା ପାଇଁ ଏହି ଯାତ୍ରା ଉପରେ ୧୪୪ ଧାରା ଲାଗୁ କରାଯାଇଛି । ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ଆସନ୍ତା ୨୩ରୁ ୨୫ ଯାଏଁ ଭବାନୀପାଟଣା ପୌରାଞ୍ଚଳକୁ ଯା’ଆସ ଉପରେ କଟକଣା ଜାରି କରାଯାଇଛି । କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି। ଛତର ଯିବାକୁ ଥିବା ଜେନାଖାଇରୁ ମାଣିକେଶ୍ୱରୀ ପୀଠ ପର୍ୟ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ନହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୨ ତାରିଖ ରାତି ୧୨ଟାରୁ ୨୫ ତାରିଖ ରାତି ୧୨ଟା ପର୍ୟ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି। ଏନେଇ କଳାହାଣ୍ଡି ଜିଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

thirteen + sixteen =