ଚୁଟି କାଟୁ କାଟୁ ଚେନ୍ କାଟିଦେଲେ

ଭୁବନେଶ୍ବର (ନିପ୍ର) : ଚୁଟି କାଟୁ କାଟୁ ଚେନ୍ ଲୁଟିଲେ ବ୍ୟୁଟି ପାର୍ଲର କର୍ମଚାରୀ । ଗ୍ରାହକଙ୍କ ସୁନା ଚେନ୍ କାଟି ନେଇଗଲେ ପାର୍ଲର ମାଲିକ  । ରାଜଧାନୀର ବାଣୀବିହାର କ୍ୟାମ୍ପସରେ ଥିବା ମଲ୍ଲିକା ବିୟୁଟି ପାର୍ଲରରେ ଆଜି ଏଭଳି ଏକ ଘଟଣା ଘଟିଛି  । ଗ୍ରାହକ, ପାର୍ଲରରେ ଚୁଟି କାଟୁଥିବା ବେଳେ ପାର୍ଲରର କର୍ମଚାରୀ ତାଙ୍କ ବେକରୁ କୌଶଳ କ୍ରମେ ଚେନଟି ଲୁଟିନେଇଥିଲେ  । ତେବେ ଅଭିଯୋଗ ପରେ ପୋଲିସ ପାର୍ଲର କର୍ମଚାରୀଙ୍କ ସମେତ ମାଲିକଙ୍କୁ ଗିରଫ କରିଛି  ।

ପାର୍ଲରରେ ଚୁଟି କାଟିବା ବେଳେ ମହିଳାଙ୍କ ଚେନ୍ ଲୁଟ ହେବାର ପ୍ରଥମ ଘଟଣା ଘଟିଛି ରାଜଧାନୀରେ । ଏପରି ଅଭିଯୋଗରେ ବନ୍ଧା ହୋଇଛନ୍ତି ଟିଭି ସିରିଏଲ ଆଟିଷ୍ଟ  । ଅଭିଯୋଗ ଅନୁସାରେ, ଅଂଜୁଶ୍ରୀ ସ୍ବାଇଁ ନାମକ ଜଣେ ମହିଳା ଚୁଟି କାଟିବା ପାଇଁ ଟିଭି ସିରିଏଲରେ ଅଭିନୟ କରୁଥିବା ସୁକାନ୍ତି ମହାପାତ୍ରଙ୍କ ପାର୍ଲରକୁ ଆସିଥିଲେ  । ଅଂଜୁଶ୍ରୀଙ୍କ ଚୁଟି କାଟୁଥିଲେ ପାର୍ଲର କର୍ମଚାରୀ ପ୍ରଜ୍ଞାନ୍ ବଳ  । ତେବେ ଚୁଟି କାଟି ସାରିବା ପରେ, ଅଂଜୁଶ୍ରୀଙ୍କ ଯେତେବେଳେ ତାଙ୍କ ବେକକୁ ଚାହିଁଥିଲେ, ତାଙ୍କ ମୁଣ୍ଡ ଘୁରି ଯାଇଥିଲା  । କାରଣ ସେତେବେଳକୁ ସେ ପିନ୍ଧିଥିବା ସୁନା ଚେନ୍ ଗାଏବ ହୋଇଯାଇଥିଲା  । ଚେନ୍ କୁଆଡେ ଗଲା ପଚାରିବାରୁ ଅଂଜୁଶ୍ରୀଙ୍କୁ ଧମକ ଦିଆଯାଇଥିଲା  । ଶେଷରେ ସହିଦନଗର ଥାନାରେ ଫେରାଦ ହୋଇଥିଲେ ଅଂଜୁଶ୍ରୀ  । ପାର୍ଲର ମାଲିକ ଓ ତାଙ୍କ ସହଯୋଗୀକୁ ଥାନାକୁ ଉଠାଇ ଆଣି ପଚାର ଉଚରା କରିଥିଲା ପୁଲିସ  ।

ପୁଲିସ ଆଗରେ ଧରା ପଡିଯାଇଥିଲା କଳାକାରଙ୍କ କଳା କାରନାମା  । ଆଉ ପଦାକୁ ଆସିଥିଲା ସୁନା ଚେନ୍ ଲୁଟର ରହସ୍ୟ ୟ ପାର୍ଲର ଭିତରେ ଏପରି ଚୋରି, ସାରା ରାଜଧାନୀରେ ସୃଷ୍ଟି କରିଛି ·ଚାଂଚଲ୍ୟ  । ପାର୍ଲର ମାଲିକ ସୁକାନ୍ତି ମହାପାତ୍ର ଏବଂ ତାଙ୍କ ପାର୍ଲର କର୍ମଚାରୀ ପ୍ରଜ୍ଞାନ ବଲଙ୍କୁ ଗିରଫ କରିଛି ପୋଲିସ  । ପାର୍ଲର ଫ୍ରିଜ ତଳୁ ସୁନା ଚେନ ଉଦ୍ଧାର କରାଯାଇଛି  ।

Share

Leave a Reply

Your email address will not be published. Required fields are marked *

seventeen + seven =