୨୫ ବର୍ଷ ପାଇଁ ସେସୁକୁ ଲିଜରେ ନେଲା ଟାଟା ପାୱାର

ଭୁବନେଶ୍ୱର() ବିଦ୍ୟୁତ ୟୁଟିଲିଟି ସଂସ୍ଥା ସେସୁର ଘରୋଇକରଣ କରାଯାଇଛି। ୨୫ ବର୍ଷ ପାଇଁ ସେସୁକୁ ଲିଜରେ ନେଲା ଟାଟା ପାୱାର ।ସେସୁକୁ ବିକ୍ରି କରିବା ପାଇଁ ଘରୋଇ ସରକାରୀ ସହଭାଗିତାରେ ଏକ ସ୍ପେଶିଆଲ ଭେଇକିଲ ଗଠନ କରାଯିବ । ଏଥିରେ ଟାଟା ପାୱାରର ୫୧ ପ୍ରତିଶତ ଓ ଓଡ଼ିଶା ସରକାରଙ୍କ ୪୯% ଅଂଶଧନ ରହିବ । ଦିଲ୍ଲୀରେ ଯେଉଁ ଢ଼ଂଚାରେ ଟାଟା ପାୱାର କାମ କରୁଛି, ସେହି ଢ଼ଂଚାରେ ଓଡ଼ିଶାରେ ବିଜୁଳି ସେବା ଯୋଗଇ ଦେବ ଟାଟା ପାୱାର । ସେସୁ ଅଧିନରେ ଭୁବନେଶ୍ୱର-୧ ଏବଂ ୨ ବିଦ୍ୟୁତ ସର୍କଲ, କଟକ, ପାରାଦୀପ ଓ ଢ଼େଙ୍କାନାଳ ସର୍କଲ ରହିଛି ।

ଟାଟା ପାୱାର୍କୁ ଓଇଆର୍ସି ତରଫରୁ ଲେଟର ଅଫ୍ ଇଣ୍ଟେଣ୍ଡ୍ (ଇଓଆଇ) ପ୍ରଦାନ କରାଯାଇଛି । ରାଜ୍ୟର ପାଞ୍ଚଟି ବିଦ୍ୟୁତ ସର୍କଲରେ ସେସୁ ପ୍ରାୟ ୨୫ ଲକ୍ଷ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ଆଗାମୀ ଦିନରେ ଟାଟା ପାୱାର ଏହି ଅଞ୍ଚଳର ବିଦ୍ୟୁତ ବିତରଣ ଓ ଯୋଗାଣ କାର୍ୟ୍ୟ କରିବ ।

ସେସକୁ ବିକ୍ରି କରିବା ଲାଗି ପ୍ରାଇସ୍ୱାଟର ହାଉସ୍କୁପର୍କୁ ଦାୟିତ୍ବ ଦିଆଯାଇଥିଲା। ଏହାପରେ ୨୦୧୬ରେ ପୁଣି ଥରେ ଟେଣ୍ଡର୍ ଆହ୍ବାନ କରାଯାଇଥିଲା । ଏଥର ଟାଟା ପାୱାର ଓ ଆଇପିସିଏଲ୍-ଫେଡ୍କୋ ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା। ଟାଟା ପାୱାର ସଫଳ ବିଡର୍ ଭାବେ ଉଭା ହୋଇଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

seven + fourteen =