ପୂଜା କମିଟି ଗୁଡିକୁ ସତର୍କ କରାଇଲା ସେସୁ

ଭୁବନେଶ୍ବର()  ପାର୍ବଣ ଋତୁରେ ପୂଜା ପାଇଁ ସହରରୁ ପଲ୍ଲୀ ପୂଜା ପେଣ୍ଡାଲ ଗୁଡିକରେ ଚାଲିଛି ଜୋରଦାର ପ୍ରସ୍ତୁତି । ଆଉ ଏହାରି ମଧ୍ୟରେ ପୂଜା ପୂର୍ବରୁ ପୂଜା କମିଟି ଗୁଡିକୁ ସତର୍କ କରାଇଛି ସେସୁ । ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ ସଂଯୋଗ ନେଉଥିବା ପୂଜା କମିଟି ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେସୁ ଦେଇଛି ଚେତାବନୀ । ଆଉ ଏଥିପାଇଁ ପୂଜା ପେଣ୍ଡାଲ ଗୁଡିକୁ ସେସୁ ପକ୍ଷରୁ ଗଠନ ହୋଇଥିବା ଡି-ହୁକିଂ ସ୍କାର୍ଡ ନଜରରେ ରଖିବେ । ଆଗକୁ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଏବଂ କାଳୀ ପୂଜା ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ସେସୁ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

6 + five =