୧୬ରୁ ବିଜୁଳି କାଟିବ ସେସୁ

ଭୁବନେଶ୍ୱର () ଆସନ୍ତା ୧୬ରୁ ବିଜୁଳି କାଟିଦେବ ସେସୁ । ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ଏହା ସ୍ପଷ୍ଟ କରିଦେଇଛନ୍ତି । ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ ଯେଉଁ ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି ବିଲ ଦେବାକୁ, ହେଲେ ବିଲ ଦେଉନାହାନ୍ତି ସେମାନଙ୍କ ବିଦ୍ୟୁତ କାଟ ହେବ । ପୂର୍ବରୁ ବିଦ୍ୟୁତ ବିଲ ପୈଠ ନ କଲେ ୧୬ ତାରିଖରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ଘୋଷଣା କରିଥିଲା । ବକେୟା ବିଲ ପୈଠ କରିନଥିବା ଉପଭୋକ୍ତାଙ୍କ ୧୬ ତାରିଖରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ଆଜି ସ୍ପଷ୍ଟ କରିଦେଇଛି ।

Share

Leave a Reply

Your email address will not be published. Required fields are marked *

1 × three =