କେନ୍ଦ୍ରୀୟ ଟିମ ସହ ଏସଆରସିଙ୍କ ଆଲୋଚନା

 ଭୁବନେଶ୍ବର () ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍। ବାତ୍ୟା ଫୋନି ସ୍ଥିତି ନେଇ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦିୟ ଟିମ । ଆଲୋଚନା ପରେ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ସ୍ଥିନି ଅନୁଧ୍ୟାନ ପାଇଁ କେନ୍ଦ୍ରରୁ ଟିମ୍ ଆସି ଆଜି ଭୁବନେଶ୍ବର ପହଞ୍ଚିଛନ୍ତି ।

ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୧୧ ଜଣିଆ ସଦସ୍ୟ ଆସିଛନ୍ତି ।‘ଏ’ ଟିମରେ ୫ ଜଣ ସଦସ୍ୟ ଥିବାବେଳେ ‘ବି’ ଟିମରେ ୬ ଜଣ ସଦସ୍ୟ ଅଛନ୍ତି।

ସେମାନେ ୨ ଭାଗରେ ବିଭକ୍ତ ହୋଇ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବେ । ଟିମ୍ରେ ମତ୍ସ୍ୟ ଓ ପଶୁ ସମ୍ପଦ, ଗ୍ରାମାଞ୍ଚଳ ବିକାଶ, କୃଷି, ଶକ୍ତି, ଅର୍ଥ, ଜଳସମ୍ପଦ, ପରିବହନ ବିଭାଗର ସଦସ୍ୟ ଅଛନ୍ତି । ଆଜି ପୁରୀ ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନ ବୁଲି ଦେଖିବେ ଟିମ୍ । ଆସନ୍ତାକାଲି ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନ ବୁଲି ଦେଖିବେ । ୧୫ ତାରିଖ ସକାଳ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନ ବୁଲିବେ ଟିମ୍ । ପରେ ସେହିଦିନ ମୁଖ୍ୟ ଶାସନ ସଚିବଙ୍କ ସହ ଉଚ୍ଚସ୍ତରୀୟ ବୈଠକ ବସିବ ।

ଏହି ୫ ଜଣିଆ ଟିମ ସଦସ୍ୟ ପୁରୀ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ। ସେହିପରି ‘ବି’ ଟିମରେ ଥିବା ସଦସ୍ୟଙ୍କ ଭିତରେ କେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ଅଜୟ କୁମାର, କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟର ଅଧୀକ୍ଷଣ ଯନ୍ତ୍ରୀ ଅମରିଶ ପାଲ ସିଂହ, ଭୁବନେଶ୍ବର ସ୍ଥିତ କେନ୍ଦ୍ର ସମବାୟ ଓ କୃଷି ବିଭାଗର ନିର୍ଦ୍ଦେଶକ ବୀରେନ୍ଦ୍ର ସିଂହ, ଭୁବନେଶ୍ବରରେ ଥିବା ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ରାକେଶ କୁମାର, ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଉପସଚିବ ଏସ.ଏସ ମୋଦୀଙ୍କ ସମେତ କେନ୍ଦ୍ରୀୟ ମତ୍ସ୍ୟ ବିଭାଗର ସହକାରୀ କମିସନର ଏସ.କେ ରଥ ପ୍ରମୁଖ ସାମିଲ ଅଛନ୍ତି।

ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ଏସଆରସିଙ୍କଠୁ ଅବଗତ ହେବା ପରେ ‘ବି’ ଟିମ୍ ଖୋର୍ଦ୍ଧା ଜିଲ୍ଲା ପରିଦର୍ଶନ କରିବ। ସନ୍ଧ୍ୟାରେ ଉଭୟ ଟିମ ଭୁବନେଶ୍ବର ଫେରି ଆସି ରାତ୍ରିଯାପନ କରିବେ।

Share

Leave a Reply

Your email address will not be published. Required fields are marked *

2 × 2 =