ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ସିବିଏସଇ ୧୦ମ ପରୀକ୍ଷା ଫଳ

ନୂଆଦିଲ୍ଳୀ : ବିଭିନ୍ନ ରାଜ୍ୟରେ କୋଭିଡ-୧୯ ମହାମାରୀ ଲାଗି ଜାରିରହିଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ୧୦ମ ବୋର୍ଡ ପରୀକ୍ଷା ଫଳ ଜୁନ ୨୦ରେ ପ୍ରକାଶିତ ହେବ ନାହିଁ । ପରିବର୍ତ୍ତିତ ସିଡ୍ୟୁଲ ଅନୁସାରେ ପରୀକ୍ଷା ଫଳ ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ କରାଯିବ ବୋଲି ମଙ୍ଗଳବାର ସିବିଏସଇ ଏ ନେଇ ନୋଟିସ୍ ଜାରି କରିଛି । ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ମାର୍କ ସବମିଟ୍ ଅନ୍ତିମ ତିଥି ସମ୍ପ୍ରସାରଣ କରିଛନ୍ତି । ସ୍କୁଲ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ତାରିଖ ସମ୍ପ୍ରସାରଣ ଲାଗି ନିଷ୍ପତି ନିଅ । ଯାଇଥିବା କୁହାଯାଇଛି ।

ସିବିଏସଇଙ୍କ ନୂଅ । ସିଡ୍ୟୁଲ ଅନୁସାରେ ମେ ୨୦ ତାରିଖରୁ ପୋର୍ଟାଲ ଉପଲବ୍ଧ ହେବ । ମାର୍କ ସବମିଟ୍ ଲାଗି ଶେଷ ତାରିଖ ୩୦ ଜୁନ ୨୦୨୧ନିର୍ଦ୍ଧାରିତ ହୋଇଛି । ତେବେ ଏହା ପୂର୍ବରୁ ସିବିଏସଇ ଜୁନ ୨୦୨୧ ତୃତୀୟ ସପ୍ତାହ ସୁଧା ୧୦ ପରୀକ୍ଷା ଫଳ ଘୋଷଣା କରିଦେବେ ବୋଲି ମେ ୧ ତାରିଖ ଦିନ ଘୋଷଣା କରିଥିଲେ । ତେବେ ମାର୍କ ସବମିସନ ଲାଗି ତିଥି ଅ ।ଗକୁ ବଢାଇବାରୁ ଏବେ ଜୁଲାଇ ପ୍ରଥମ ସପ୍ତାହରେ ହିଁ ପରୀକ୍ଷା ଫଳ ପ୍ରକାଶ କରିବେ ।

ସିବିଏସଇ ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ ଅ ।ସେସମେଣ୍ଟ ଅ ।ଧାରରେ କୌଣସି ବିଷୟରେ ସର୍ବାଧିକ ୨୦ ମାର୍କ ଦେବେୟ ତେବେ ବାକି ୮୦ ମାର୍କ ମିଡ ଟର୍ମ, ପ୍ରିବୋର୍ଡ ଓ ୟୁନିଟ୍ ଟେଷ୍ଟ ପରୀକ୍ଷା ଫଳ ଅ ।ଧାରରେ ପ୍ରଦାନ କରାଯିବ । ଛାତ୍ରଛାତ୍ରୀଙ୍କୁ ୟୁନିଟ୍ ଟେଷ୍ଟରୁ ସର୍ବାଧିକ ୧୦ ମାର୍କ ମିଳିବାକୁ ଥିବା ବେଳେ ମିଡ ଟର୍ମରୁ ୩୦ ମାର୍କ ଓ ପ୍ରି ବୋର୍ଡ ପରୀକ୍ଷା ଫଳରୁ ୪୦ ମାର୍କ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି ।

ଏହା ବାଦେ ଯଦି ପରୀକ୍ଷା ଫଳକୁ ନେଇ କୌଣସି ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଉପୁଜେ ତେବେ କୋଭିଡ ପରିସ୍ଥିତି ସୁଧୁରିବା ପରେ ସେମାନଙ୍କୁ ଥରଟିଏ ପରୀକ୍ଷା ଦେବାକୁ ସୁଯୋଗ ଦିଅ ।ଯିବ । ପ୍ରତ୍ୟେକ ସ୍କୁଲରେ ପ୍ରିନ୍ସପାଲ ଓ ୭ ଜଣ ଶିକ୍ଷକଙ୍କୁ ନେଇ ରେଜଲ୍ଟ କମିଟି ଗଠନ କରାଯିବ । ଏହି କମିଟିରେ ୨ ଜଣ ଶିକ୍ଷକ ଅନ୍ୟ ବିଦ୍ୟାଳୟରୁ ଅ ।ମନ୍ତ୍ରିତ ସଦସ୍ୟ ରହିବେ । ଏହି ରେଜଲ୍ଟ କମିଟିରେ ସାମିଲ ହେବା ଲାଗି ଅନ୍ୟ ସ୍କୁଲରୁ ଅ ।ସୁଥିବା ପ୍ରତି ଶିକ୍ଷକଙ୍କୁ ସିବିଏସଇ୨ହଜାର ୫୦୦ ଟଙ୍କା ଲେଖାଏଁ ଦେବେୟ ତେବେ ନିଜ ସ୍କୁଲର ସଦସ୍ୟଙ୍କୁ କମିଟିରେ ସାମିଲ ହେବା ଲାଗି ୧୫ଶହ ଟଙ୍କା ଲେଖାଏଁ ମିଳିବ ।

Share

Leave a Reply

Your email address will not be published. Required fields are marked *

4 + 1 =