ଅନଲକକୁ ନେଇ ଏମିତି କହିଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟର ଏବେ କରୋନା ସ୍ରଂକମଣ ହ୍ରାସ ପାଇଛି । ଦୈନିକ ମାମଲା ୧୬ ଶହରୁ ୧୭ ଶହ ମଧ୍ୟରେ ରହିଛି । ରାଜ୍ୟରେ ଏବେ ସମ୍ପୂର୍ଣ୍ଣ ଅନଲକ ହୋଇପାରେ ବୋଲି ଆଶା କରାଯାଉଛି । କିନ୍ତୁ ଖୋର୍ଦ୍ଧ ଓ କଟକ ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ଉପରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାରେ ଅନଲକ ହେବାର ସମ୍ଭାବନା କମ ରହିଛି । କରୋନାର ସ୍ଥିତି ଅନୁଧ୍ୟାନ କରି ଅନଲକ ନିଷ୍ପତି ନିଆଯିବ ବୋଲି ଡିଏମଟି ସିବେକ ମହାନ୍ତି କହିଛନ୍ତି ।

ସେ କହିଛନ୍ତି କି, କେନ୍ଦ୍ର ସରକାରଙ୍କ ଯେଉଁ ୫ଟି ରାଜ୍ୟରେ ସଂକ୍ରମଣ ଅଧିକ ରହୁଛି ସେଥିମଧ୍ୟରେ ଆମେ ରହିଛେ ଏହାପରେ ମଧ୍ୟ ଆମ ରାଜ୍ୟରେ ହାରାହାରି ଦୈନିକ ସଂକ୍ରମଣ ୧୮ ଶହ ରହୁଛି । ଜାତୀୟ ହାରରେ ଏହା ୧୦ ପ୍ରତିଶତ ବି ନୁହେଁ । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ ଟିମଙ୍କ ଅନୁସାରେ ନିଷ୍ପତି ନିଆଯିବ । ଆବଶ୍ୟକ ଅନୁଯାୟୀ ଉଚିତ୍ ପଦକ୍ଷେପ ନିଆଯିବ ।

Share

Leave a Reply

Your email address will not be published. Required fields are marked *

nine − six =