ଗଛରେ ପିଟିହେଲା କାର, ଗୋଟିଏ ପରିବାରର ୪ ମୃତ

ରାଉରକେଲା: ମୃତ୍ୟୁ ଏମିତି ବି ଆସେ । ସତରେ କଣ ମୃତ୍ୟୁ ଏତେ ଦାରୁଣ । ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ । ଝାଡ଼ଖଣ୍ଡ ଖୁଣ୍ଟି ତୋରପା ସଡ଼କ ଦୁର୍ଘଟଣାରେ ରାଉରକେଲା ସିଭିଲଟାଉନସିପ୍ର ଗୋଟିଏ ପରିବାର ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ ଓ ସେମାନଙ୍କ ପିତାମାତା। ସେମାନେ ହେଲେ ରାଉରକେଲା ସିଭିଲଟାଉନସିପ୍ର କହ୍ନୈୟା ଜୈନ, ପତ୍ନୀ ରମା ଜୈନ, ୭ ବର୍ଷର ପୁଅ ଋଷବ ଜୈନ, ତିନି ବର୍ଷର ପୁଅ ନିତ୍ୟା ଜୈନ। କାର୍ ଚଳାଉଥିବା ବଶିଷ୍ଠ ଜୈନ, ଅନ୍ୟ ଜଣେ ଯୁବତୀ ଆଂଶିକ ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ଚିକିତ୍ସା ପାଇଁ ରାଞ୍ଚିସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଚାରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଇନ୍କୋ କାରକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଏଭଳି ଦୁଃଖଦ ଖବରକୁ ନେଇ ରାଉରକେଲା ସିଭିଲଟାଉନସିପ୍ରେ ଦୁଃଖର ଛାୟା ଖେଳିଯାଇଛି।

Share

Leave a Reply

Your email address will not be published. Required fields are marked *

17 + 15 =