ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ

ବରଗଡ() ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ । ଦିନିକିଆ ବରଗଡ଼ ଗସ୍ତରେ ଯାଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ବରଗଡ଼ ଜିଲ୍ଲା ଯାଇଛନ୍ତି । ଜାମାଦାରପାଲୀ ଏଆର ଷ୍ଟ୍ରିପରେ ଦିନ ୧୨ଟାରେ ପହଁଚିଥିଲେ । ସେଠାରୁ ମଂଦଳିଆ ପଡ଼ିଆରେ ଓହ୍ଲାଇବା ପରେ ବରଗଡ଼ରେ ୭୦ କୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।ବରଗଡ଼ରେ ଏକ ସାଇନ୍ସ ପାର୍କ ଉଦଘାଟନ କରିଛନ୍ତି । ତେବେ ସେଠାରେ ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବରଗଡ଼ ଜିଲ୍ଲା ମେଡିକାଲକୁ ୩୦୦ ଶର୍ୟ୍ୟା ବିଶିଷ୍ଟ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ,ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Share

Leave a Reply

Your email address will not be published. Required fields are marked *

18 + fourteen =