5 ଜିଲ୍ଲାରେ 7ଟି ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ

ଭୁବନେଶ୍ବର () ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏକାଧିକ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି । ଢେଙ୍କାନାଳ, ଦେବଗଡ, ଯାଜପୁର, କେନ୍ଦୁଝର ଓ ମଂୟୁରଭଂଜ ଜିଲ୍ଲାର 7ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ଦେଇଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରମୁଖ ଦାୟିତ୍ବ । ଏଥିପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ଢେଙ୍କାନାଳ ଜିଲ୍ଲାରେ ଦୁଇଟି ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ ।

ଏହି ପ୍ରକଳ୍ପ ଦ୍ବାରା ଢେଙ୍କାନାଳ ଜିଲ୍ଲାର ଦୁଇଟି ବ୍ଲକ ଅଧିନରେ ଥିବା 63ଟି ଗ୍ରାମପଂଚାୟତ ଅନ୍ତର୍ଗତ 317ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ 3 ଲକ୍ଷ 17 ହଜାର 914 ଜଣ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ସେ ସମଧ୍ୟରୁ ଉକ୍ତ ଜିଲ୍ଲାର ଓଡାପଡା ବ୍ଲକ ଅନ୍ତର୍ଗତ 28ଟି ଗ୍ରାମପଂଚାୟତ ଅଧିନରେ ଥିବା 132ଟି ଗ୍ରାମର 1 ଲକ୍ଷ 43 ହଜାର 482ଜଣ ଏବଂ ହିନ୍ଦୋଳ ବ୍ଲକର 35ଟି ପଂଚାୟତ ଅଧୀନରେ ଥିବା 185ଟି ଗ୍ରାମର 1 ଲକ୍ଷ 74 ହଜାର 432 ଜଣ ନିରାପଦ ପାନୀୟ ଜଳ ପାଇପାରିବେ । ଏହି ପ୍ରକଳ୍ପ ପାଇଁ ଭୋଲଟାସ ଲିମିଟେଡର 349 କୋଟି 38 ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଂଜୁରୀ ମିଳିଛି । 24 ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ।

ସେହିଭଳି ଜାତୀୟ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ଦେବଗଡ ଜିଲ୍ଲାରେ ଦୁଇଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରୀ ମିଳିଛି । ଏହି ପ୍ରକଳ୍ପ ଦ୍ବାରା ଦେବଗଡ ଜିଲ୍ଲାର ଦୁଇଟି ବ୍ଲକ ଅଧୀନରେ ଥିବା 38ଟି ଗ୍ରାମପଂଚାୟତର 432ଟି ଗ୍ରାମରେ ବସବାସ କରୁଥିବା 1 ଲକ୍ଷ 91 ହଜାର 893 ଜଣ ନିରାପଦ ପାନୀୟ ଜଳ ପାଇପାରିବେ । ସେ ମଧ୍ୟରୁ ବାରକୋଟ ବ୍ଲକ ଅନ୍ତର୍ଗତ 216ଟି ଗାଁର 1 ଲକ୍ଷ 225ଜଣ ଏବଂ ରାଆମାଳ ବ୍ସକ ଅନ୍ତର୍ଗତ 216ଟି ଗାଁର 91 ହଜାର 668 ଜଣ ଏହାଦ୍ବାରା ଉପକୃତ ହେବେ । 333 କୋଟି 88 ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ସେହି ଭୋଲଟାସ ଲିମିଟେଡ ଏହି କାର୍ଯ୍ୟ କରିବ । 24 ମାସ ଅର୍ଥାତ ଦୁଇ ବର୍ଷ ମଧ୍ୟରେ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ।

ଯାଜପୁର, କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର 3ଟି ବ୍ଲକ ଅନ୍ତର୍ଗତ 384ଟି ଗ୍ରାମରେ ଭୂତଳ ଜଳ ଖଣି ଦ୍ବାରା ପ୍ରଭାବିତ ହେଉଥିବାରୁ ଏହିସବୁ ଗାଁକୁ ଓଡିଶା ଖଣିଜ ବିକାଶ ଉନ୍ନୟନ ନିଗମ ସହାୟତାରେ ଭୁପୃଷ୍ଠ ଜଳକୁ ବିଶୋଧନ କରାଯାଇ ବିଶୁଦ୍ଧ ଜଳ ଯୋଗାଇଦେବା ପାଇଁ 4ଟି ଗ୍ରାମ୍ୟ ଜଳ ଯୋଜନାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏ ସମ୍ପର୍କିତ ପ୍ରକଳ୍ପକୁ ମଧ୍ୟ ଆଜି କ୍ୟାବିନେଟ ମଂଜୁରୀ ମିଳିଛି । ଏହିଦ୍ବାରା ଏହି ତିନୋଟି ଜିଲ୍ଲାର 3ଟି ବ୍ସକ ଅଧୀନରେ ଥିବା 63ଟି ଗ୍ରାମ ପଂଚାୟତର 384ଟି ଗାଁରେ ରହୁଥିବା 3 ଲକ୍ଷ 20 ହଜାର 584ଜଣ ଲୋକ ନିରାପଦ ପାନୀୟ ଜଳ ପାଇପାରିବେ । ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ସକର 20ଟି ଗ୍ରାମପଂଚାୟତ, କେନ୍ଦୁଝର ଜି୍ଲା ହାଟଡିହି ବ୍ଲକର 29ଟି ପଂଚାୟତ ଓ ମୟୁରଭଂଜ ଜିଲ୍ଲା କୁସୁମି ବ୍ଲକର 14ଟି ଗ୍ରାମପଂଚାୟତ ଲୋକେ ଏହାଦ୍ବାରା ଉପକୃତ ହେବେ । 641 କୋଟି 57 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହାଇଦ୍ରାଦର ଏନସିସି ଲିମିଟେଡ ଟେଣ୍ଡରକୁ ମଂଜୁରୀ ମିଳିଛି । 24 ମାସ ମଧ୍ୟରେ ପ୍ରକଳ୍ପ ଶେଷ ହେବ ।

Share

Leave a Reply

Your email address will not be published. Required fields are marked *

two + 7 =