୨୨ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର() ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କ୍ୟାବିନେଟ ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଅଣ୍ଡର ଗ୍ରାଜୁଏଟ କୋର୍ସକୁ ପରଫେକ୍ଟ ଡିଗ୍ରୀ କୋର୍ସ ଅନୁମତି ମିଳିଛି । ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମ ଉପରେ ପଦକ୍ଷେପ ନିଆଯିବ । ଏହି କାର୍ଯ୍ୟକ୍ରମରେ ପିଲାଙ୍କୁ ଜୋତା ଓ ସୁଇଟର ମିଳିବ । ଆସ୍କା କୋପରେଟିଭ୍ ସୁଗାର ଲି.କୁ ୧୫କୋଟି ସହାୟତା ମିଳିବ । କ୍ୟାସ୍ କ୍ରେଡ଼ିଟ ଆକାରରେ ଋଣ ନେବାକୁ କ୍ୟାବିନେଟର ଅନୁମୋଦନ ମିଳିଛି । ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ ଆସ୍କା କୋପରେଟିଭ୍ ସୁଗାର.ଲି । ଏଗ୍ରିକଲଚର ଆକ୍ଟ-୧୯୫୬ରେ ସଂଶୋଧନକୁ ଅନୁମୋଦନ ମିଳିଛି । ଇ-ମାର୍କେଟ ଜରିଆରେ ଉତ୍ପାଦକୁ ବିକି ପାରିବେ ଚାଷୀ ।

Share

Leave a Reply

Your email address will not be published. Required fields are marked *

18 + eighteen =