ବଢ଼ିଲା ଗାଡି କାଗଜପତ୍ରର ବୈଧତା

ଭୁବନେଶ୍ୱର() ଗାଡ଼ିର ବିଭିନ୍ନ କାଗଜପତ୍ରର ବୈଧତା ଅବଧିକୁ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ମାର୍ଚ୍ଚ ମାସରୁ ଏହି ବୈଧତାକୁ ଜୁନ ୩୦ ପର୍ଯ୍ୟନ୍ତ ବଢ଼ା ଯାଇଥିଲା । କୋଭିଡ-୧୯ ମୁକାବିଲାରେ ଦେଶର ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସଡ଼କ ପରିବହନ ଏବଂ ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନିତିନ ଗଡ଼କାରୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକୁ ଏହି ମର୍ମରେ ମାର୍ଗଦର୍ଶିକା ଜାରି କରାଯାଇଛି ।

ଏଣୁ ଗାଡ଼ିର କାଗଜପତ୍ରର ବୈଧତା ଶେଷ ହୋଇଯାଇଥିଲେ ମଧ୍ୟ ଜନସାଧାରଣ ଛାନିଆ ନ ହେବାକୁ ପରାମର୍ଶ ଦିଆଯାଇଛି । ପ୍ରବର୍ତ୍ତନ ସମୟରେ ବୈଧତା ନଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four × 1 =