ମୁଖ୍ୟ ଶାସନ ସଚିବଙ୍କ ବଡ଼ ଘୋଷଣା, ସାରା ରାଜ୍ୟରେ ଗଢ଼ିବ ବସ୍

ଭୁବନେଶ୍ୱର: ସାରା ରାଜ୍ୟରେ ଚାଲିବ ବସ୍ । ତେବେ କେବଳ ପୁରୀକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାରେ ବସ ଚଳାଚଳ ହେବ । ଏଥିଲାଗି କୌଣସି ସମୟ ସୀମା ମଧ୍ୟ ରହିନଥିବା କୁହାଯାଇଛି । ବସରେ ଯେତିକି ସିଟ ସେତିକି ଯାତ୍ରୀ ବସିକି ଯାଇପାରିବେ । ଅଧିକ ଯାତ୍ରୀଙ୍କୁ ମନା କରାଯାଇଛି । ତେବେ ବାହୁଡ଼ା ପରେ ପୁରୀକୁ ବସ ଚଳାଚଳ କରିବ ବୋଲି ଅନୁମାନ କରାଯାଇଛି । ଆସନ୍ତା ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଶିଂକ ଲକଡାଉନ ଲାଗି ରହିବ । ତେବେ ପୂର୍ବ ଭଳି ଦୁଇଟି କାଟାଗୋରୀରେ ୩୦ଟି ଯାକ ଜିଲ୍ଲାକୁ ବିଭକ୍ତ କରାଯାଇଛି । ପୂର୍ବରୁ କାଟାଗୋରୀ ଏରେ କେବଳ ବସଦ ଚଳାଚଳ କରୁଥିବା ବେଳେ ଏବେ ଦୁଇଟି ଯାକ କାଟାଗୋରୀ ଜିଲ୍ଲାରେ ବସ ଚଳାଚଳ କରିବ ।

 

Share

Leave a Reply

Your email address will not be published. Required fields are marked *

eight + thirteen =