ବଢ଼ିଲା ଭଡ଼ା

ଭୁବନେଶ୍ବର()  ପେଟ୍ରୋଲ ଡିଜେଲ ସହ ବଢିଲା ବସ ଭଡା । ଏକ୍ସପ୍ରେସ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି । ସେହିଭଳି ଡିଲକ୍ସ, ଏସି ଡିଲକ୍ସ ବସର ପ୍ରତି କିଲୋମିଟର ପିଛା ୨ ପଇସାକୁ ବୃଦ୍ଧି କରାଯାଇଛି ।

ବସ୍ ଭଡ଼ା ପ୍ରତି କିଲୋମିଟର ୬୮ ପଇସା ଥିଲା ବେଳେ ଏବେ ୬୯ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୧ ପଇସା ଥିଲା ବେଳେ ୭୨ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ୯୭ ପଇସା ଥିଲା ବେଳେ ୯୯ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ୧ ଟଙ୍କା ୧୯ ପଇସା ଥିଲା ବେଳେ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଛି।

Share

Leave a Reply

Your email address will not be published. Required fields are marked *

sixteen − one =