ବସ୍ ଦୁର୍ଘଟଣାର ତଦନ୍ତ ଆରମ୍ଭ

କଟକ-ଗତ ୨୦ ସନ୍ଧ୍ୟାରେ କଟକ ଜଗତପୁର ମହାନଦୀ ପୋଲ ତଳକୁ ବସ ଖସିପଡିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ଏଥି ପାଇଁ ଦାୟୀ କିଏ, ତାର କାରଣ ଖୋଜୁଛି ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି । ଆଜି ଏହି କମିଟି ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛି । ଏହି କମିଟିରେ ଏନଏଚଆଇ କର୍ତୃପକ୍ଷ, ଏମଭିଆଇ ଏବଂ ଜଗତପୁର ଥାନାର ଆଇଆଇସି ଅଛନ୍ତି । ତାଳଚେରରୁ ଆସୁଥିବା ଘରୋଇ ବସ୍ ‘ଜଗନ୍ନାଥ’ ଜଗତପୁର ନିକଟସ୍ଥ ମହାନଦୀ ପୋଲ ଉପରେ ଏକ ମଇଁଷି ଦେହରେ ଧକ୍କା ଦେଇ ୩୦ପୁଟ ତଳକୁ ଖସିପଡିତିଲା । ଏବଂ ଏହି ଘଟଣାରେ ୧୦ଜଣ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିଲା । ଏବେବି ପ୍ରାୟ ୩୭ଜଣ ଯାତ୍ରୀ କଟକ ବଡଡାକ୍ତରଖାନା ସମେତ ଅନ୍ୟାନ୍ୟ ଘରୋଇ ହସପିଟାଲରେ ଚିକିସ୍ôାଧିନ ଅଛନ୍ତି । ରାଜ୍ୟ ସରକାର ଆହତ ମାନଙ୍କୁ ମାଗଣା ଚିକିସ୍ôା ଯୋଗାଇ ଦେବା ସହିତ ମୃତକଙ୍କ ପରିବାରଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine − 7 =