ପୁଣି ବଢିଲା ବସ ଭଡ଼ା

ଭୁବନେଶ୍ୱର () ବସ ଭଡ଼ା ବୃଦ୍ଧି ପାଇଛି  । ତେଲ ଦର ବୃଦ୍ଧି ପାଇଥିବାରୁ ବସଭଡ଼ା ବୃଦ୍ଧି କରାଯାଇଛି  । ଗତ ୯ ଦିନ ମଧ୍ୟରେ ଡିଜେଲ ଦର ୫ ଟଙ୍କାରୁ ଅଧିକ ବୃଦ୍ଧିପାଇଛି  । ତେଲ ଦର ବୃଦ୍ଧି ବା ହ୍ରାସ ଆଧାରରେ ସ୍ୱୟଂଚାଳିତ ପଦ୍ଧତିରେ ବସଭଡ଼ା ବୃଦ୍ଧି ବା ହ୍ରାସ ପାଇବ ବୋଲି ସ୍ଥିର କରାଯାଇଛି  । ଏହି ଭିତିରେ ବସଭଡ଼ା ୩ ପଇସାରୁ ୬ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି  । ସାଧାରଣ ବସଭଡ଼ା କିଲୋମିଟର ପିଛା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି ପାଇଛି  । ସେହିପରି ଏକ୍ସପ୍ରେସ ବସଭଡ଼ା ୭୦ରୁ ୭୩ ପଇସାକୁ ବଢ଼ିଛି  । ଅପରପକ୍ଷରେ ଡିଲକ୍ସ ବସଭଡ଼ା ୯୫ ପଇସାରୁ ୧ ଟଙ୍କା ଓ ୧ ପଇସା ଏବଂ ଏସି ଡିଲକ୍ସ ବସଭଡ଼ା ୧ ଟଙ୍କା ୧୭ରୁ ୧ଟଙ୍କା ୨୩ ପଇସାକୁ ବୃଦ୍ଧି ପାଇଛି  ।

Share

Leave a Reply

Your email address will not be published. Required fields are marked *

6 + 18 =