ଜିଲ୍ଲାପାଳଙ୍କ ଆଗରେ ଷଣ୍ଢ ପ୍ରତିବାଦ

ପଟ୍ଟମୁଣ୍ଡାଇ()  ରାଜନଗର ବ୍ଲକର ଚାଷୀ ମାନେ ଆଜି ଏକ ଅଭିନୟ ଉପାୟରେ ଷଣ୍ଢ ମାନଙ୍କୁ ନେଇ ପ୍ରଶାସନ ବିରୁଦ୍ଧରେ ପ୍ରତିବାଦ ବିକ୍ଷୋଭ କରିଛନ୍ତି । ଆଜି ଜିଲ୍ଲାପାଳ ରାଜନଗର ବ୍ଲକରେ ଅଭିଯୋଗ ଶୁଣାଣି କରୁଥିବା ବେଳେ ସ୍ଥାନୀୟ ଅଂଚଳର ଶତାଧିକ ଚାଷୀ ବୁଲା ଷଣ୍ଢ ମାନଙ୍କୁ ଆଣି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପହଂଚିଥିଲେ । ଚାଷୀମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ଫସଲ କରୁଥିବା ବେଳେ ବୁଲା ଷଣ୍ଢ ସବୁ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିକାର ପାଇଁ ଚାଷୀ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଦାବି କରୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିଲା । ଆଜି କିନ୍ତୁ ରାଜନଗର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିର ସୁଯୋଗ ନେଇ ଚାଷୀ ମାନେ ଶତାଧିକ ବୁଲା ଷଣ୍ଢଙ୍କୁ ଆଣି ଏହି ଅଭିନବ ପ୍ରତିବାଦ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏଦିଗରେ ଆବଶ୍ୟକୀୟ ପଦକ୍ଷପ ନେବା ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

four × 4 =