ଫେବ୍ରୁଆରୀରେ ବିଧାନସଭା, ଆସିବ କାମଚଳା ବଜେଟ

ଭୁବନେଶ୍ୱର () ଆସନ୍ତା ଫେବୃଆରୀ 9 ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । 9ରୁ 14 ତାରିଖ ଯାଏଁ 6ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନରେ 2019-20 ଆର୍ଥିକ ବର୍ଷର ପ୍ରଥମ 4 ମାସ ପାଇଁ ଆସିବ କାମଚଳା ବଜେଟ ।

2019 ମାର୍ଚ୍ଚ-ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ବିଧି ଅନୁଯାୟୀ ମାର୍ଚ୍ଚ 31 ତାରିଖ ସୁଦ୍ଧା ବିଧାନସଭାରେ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ ହୋଇ ବ୍ୟୟ ମଞ୍ଜୁରୀ ବିଲ ଗୃହର ସ୍ୱୀକୃତି ଲାଭ କରିବା ବାଧ୍ୟତାମୂଳକ । କିନ୍ତୁ ଆଗକୁ ନିର୍ବାଚନ ଥିବା ବେଳେ କେନ୍ଦ୍ର ସରକାରଙ୍କ ବଜେଟର ରପରେଖ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ଅସ୍ପଷ୍ଟ । ଏହି ଦୃଷ୍ଟିରୁ ଫେବ୍ରୁଆରୀରେ ଆସିବ 2019-20 ବର୍ଷର ପ୍ରଥମ 4 ମାସ ପାଇଁ କାମଚଳା ବଜେଟ । ଅଧିବେଶନର ପ୍ରଥମ ଦିନ କାମଚଳା ବଜେଟ ଉପସ୍ଥାପିତ ହେବ ।

Share

Leave a Reply

Your email address will not be published. Required fields are marked *

7 − 5 =