ଭାଇ ହାଣିଲା ଭାଇକୁ

କଳାହାଣ୍ଡି ଜିଲ୍ଲା  ଅନ୍ତର୍ଗତ ଲାଂଜିଗଡ ବ୍ଲକର କୁମ୍ଭାରବାରୁ ଗାଁରେ ବଡ ଭାଇ ତାର ସାନ ଭାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଚାଂଚଲ୍ୟକର ଖବର ମିଳିଛି । ଏହି ଗ୍ରାମର ରିଗେ ମାଝି ତାର ସାନ ଭାଇ ନାଥ ମାଝିକୁ ଘରୋଇ କଳିରୁ ହତ୍ୟା କରିଥିବା ଖବର ମିଳିଛି । ରିଗେ ମାଝୀ ନିଜ ଭଉଣୀଙ୍କ ବାହାଘର କରିଥିଲେ ହେଲେ ଭୋଜି ଦେବା ବାକି ଥିଲା । ଗତକାଲି ଭଉଣୀ ଓ ଭିଣୋଇ ଘରକୁ ଆସିବାରୁ ଦୁଇ ଭାଇ ଭୋଜିର ଆୟୋଜନ କରିଥିଲେ । ଭୋଜି ସରିବା ପରେ ଭଉଣୀ ଓ ଭିଣୋଇ ଘରକୁ ଫେରି ଯାଇଥିଲେ । ପରେ ଭୋଜି ଖର୍ଚ୍ଚକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା ।
ଏହି ସମୟରେ ରିଗେ ମାଝୀ ରାଗି ଯାଇ ସାନ ଭାଇ ନାଥ ମାଝୀକୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଟାଙ୍ଗିଆ ଚୋଟଟି ନାଥ ମାଝୀଙ୍କ କାନମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା । ଆଜି ନାଥ ମାଝୀଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝି ଥାନାକୁ ଆସି ଏକ ଲିଖିତ ଅଭିଯୋଗ କଲା ପରେ ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଲାଞ୍ଜିଗଡ଼ ପଠାଇଛି । ବଡ଼ ଭାଇ ରିଗେ ମାଝୀଙ୍କୁ ଥାନାରେ ଅଟକ ରଖି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି ବୋଲି ବିଶ୍ୱନାଥପୁର ଥାନା ଅଧିକାରୀ କାନୁଚରଣ ସ୍ବାଇଁ ପ୍ରକାଶ କରିଛନ୍ତି ।
Share

Leave a Reply

Your email address will not be published. Required fields are marked *

five × three =